ପଞ୍ଚାୟତ ଫଳାଫଳ: ୫୫୩ ଆସନ ଜିତି ସାରିଲାଣି ବିଜେଡି, ମିଶିକି ଶହେ ଟପି ପାରିଲେନି ବିଜେପି-କଂଗ୍ରେସ
ରିପୋର୍ଟ ଲେଖାଯିବା ସୁଦ୍ଧା ପ୍ରଥମ ଦୁଇ ଦିନ ଗଣତି ୬୨୦ ଜିଲ୍ଲା ପରିଷଦ ଆସନର ଫଳାଫଳରେ ୫୫୩ ଆସନ ଅକ୍ତିଆର କରିଛି ବିଜେଡ଼ି ।
ଭୁବନେଶ୍ୱର: ଜାରି ରହିଛି ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗଣତି ପ୍ରକ୍ରିୟା । ଆଜି ଗଣତିର ଶେଷ ଦିନ ହୋଇଥିବା ବେଳେ ଫଳାଫଳ ଆସି ସାରିଥିବା ଆସନରେ ବହୁ ଆଗରେ ରହିଛି ବିଜେଡି । ରିପୋର୍ଟ ଲେଖାଯିବା ସୁଦ୍ଧା ପ୍ରଥମ ଦୁଇ ଦିନ ଗଣତି ୬୨୦ ଜିଲ୍ଲା ପରିଷଦ ଆସନର ଫଳାଫଳରେ ୫୫୩ ଆସନ ଅକ୍ତିଆର କରିଛି ବିଜେଡ଼ି ।

ଯେତେବେଳେ କି ରାଜ୍ୟ ଦୁଇ ପ୍ରମୁଖ ବିରୋଧି ଦଳ ବିଜେପି ଓ କଂଗ୍ରେସର ଆସନ ସଂଖ୍ୟା ମିଶିକରି ମଧ୍ୟ ଶହେ ଅତିକ୍ରମ କରି ପାରି ନାହିଁ । ଫଳାଫଳ ଆସିଥିବା ୬୨୦ ଜିଲ୍ଲା ପରିଷଦ ଆସନରୁ ବିଜେପିକୁ ମାତ୍ର ୩୧ ସିଟ୍ ମିଳିଥିବା ବେଳେ କଂଗ୍ରେସ ଖାତାକୁ ଯାଇଛି ୩୦ଟି ସିଟ୍ । ସେହିପରି ସ୍ୱାଧୀନ ଓ ଅନ୍ୟାନ୍ୟ ଦଳ ଜିତି ପାରିଛନ୍ତି ୬ଟି ଜିଲ୍ଲା ପରିଷଦ ଆସନ ।

ସେପଟେ ଆଜି ତୃତୀୟ ଦିନରେ ୨୩୧ଟି ଜିଲ୍ଲା ପରିଷଦ ଜୋନ୍ରେ ଗଣତି ଚାଲିଛି। ସେଥିରୁ ୨୧୦ଟିରେ ବିଜେଡି ଆଗୁଆ ରହିଛି। ସେହିପରି ବିଜେପି ୧୫ ଓ କଂଗ୍ରେସ ୬ଟି ଆସନରେ ଆଗୁଆ ରହିଛନ୍ତି।
ରବିବାର ଦ୍ୱିତୀୟ ଦିନରେ ୩୦୫ଟି ଜିଲ୍ଲା ପରିଷଦ ଜୋନ୍ର ଭୋଟ୍ ଗଣତି ଆରମ୍ଭ ହୋଇଥିଲା, ଯାହା ଆଜି ସନ୍ଧ୍ୟାରେ ଶେଷ ହୋଇଛି। ଏହି ୩୦୫ଟି ଆସନରୁ ବିଜେଡି ୨୬୦ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ଓ କଂଗ୍ରେସ ୧୬ଟି ଲେଖାଏଁ ଆସନ ଜିତିଛନ୍ତି। ସେହିପରି ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଅନ୍ୟାନ୍ୟ ଦଳ ହାତକୁ ଯାଇଛି ୨ଟି ଆସନ।

ଅନ୍ୟପକ୍ଷରେ ଶନିବାର ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନ୍ର ଭୋଟ୍ ଗଣତି କରାଯାଇଥିବା ବେଳେ ବିଜେଡି ୨୮୨ଟିରେ ବିଜୟୀ ହୋଇଥିଲା। ବିଜେପି ଓ କଂଗ୍ରେସକୁ ଏହି ପର୍ଯ୍ୟାୟରେ ଯଥାକ୍ରମେ ୧୫ ଓ ୧୪ଟି ଆସନ ମିଳିଥିଲା। ସେହିପରି ଅନ୍ୟାନ୍ୟ ପ୍ରାର୍ଥୀଙ୍କୁ ୪ଟି ଆସନ ମିଳିଥିଲା।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ












Click it and Unblock the Notifications