ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ କର୍ତ୍ତବ୍ୟ ପଥରେ ଗଡିବ ଓଡ଼ିଶାର ପ୍ରଜ୍ଞାପନ ମେଢ
ଭୁବନେଶ୍ୱର: ଆସନ୍ତା ବର୍ଷ ଜାନୁଆରୀ 26 ତଥା ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଦେଖିବାକୁ ମିଳିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଏନେଇ ଆଶା ଆହୁରି ଦୃଢୀଭୁତ ହୋଇଛି । ପ୍ରଜ୍ଞାପନ ମେଢ ପ୍ରସ୍ତୁତି ପାଇଁ ଓଡ଼ିଶାରୁ ଯାଇଥିବା ସ୍କେଚକୁ ଡିଆରଡିଓ ଓ ସଂସ୍କୃତି ବିଭାଗ ପକ୍ଷରୁ ଚୟନ କରାଯାଇଛି । ଦେଶର ବିଭିନ୍ନ ରାଜ୍ୟରୁ ଯାଇଥିବା ପ୍ରସ୍ତୁତି ଭିତରୁ ଓଡ଼ିଶା ତିନି ନମ୍ବର ସ୍ଥାନରେ ରହିଛି ।

ଓଡ଼ିଶାର ଏକ ଟିମ୍ ଦିଲ୍ଲୀ ଯାଇ କନସେପ୍ଟ ଓ ଲେଆଉଟ ସେଠାରେ ପ୍ରଦର୍ଶନ କରିଥିଲେ । ବିକଶିତ ଭାରତ ସହ ମହିଳା ଶକ୍ତିକୁ ନେଇ ଏକ ଚିତ୍ରପଟ ଓଡ଼ିଶା ପକ୍ଷରୁ ପ୍ରଦର୍ଶନ କରାଯାଇଥିଲା । ଏହି କନସେପ୍ଟରେ ପ୍ରଜ୍ଞାପନ ମେଢ କରିବାକୁ ସର୍ଟଲିଷ୍ଟ କରାଯାଇଛି । 30ଟି ତାଲିକା ମଧ୍ୟରୁ 20 ଟି ସର୍ଟଲିଷ୍ଟ ହୋଇଥିବା ବେଳେ ସେଥିରେ ଓଡ଼ିଶା ରହିଛି ।












Click it and Unblock the Notifications