ଫେରିଲେ ଦୁବାଇରେ ଫସିଥିବା ଓଡ଼ିଆ, ସହଯୋଗ କଲା ଓଡିଶା ମୋ ପରିବାର ନିର୍ଦ୍ଦେଶାଳୟ
ଭୁବନେଶ୍ୱର: ଫେରିଲେ ଦୁବାଇରେ ଫସି ରହିଥିବା ଓଡ଼ିଆ । ଓଡିଶା ପରିବାର ନିର୍ଦ୍ଦେଶାଳୟ ସହଯୋଗରେ ସେମାନଙ୍ଗୁ ସ୍ୱଦେଶ ଫେରାଇ ଅଣାଯାଇଛି । ଗଞ୍ଜାମ ଜିଲ୍ଲାରୁ ଦୁବାଇରେ କାମକରିବାକୁ ଯାଇ ନିର୍ଯାତନା ଭୋଗୁଥିଲେ 15 ଜଣ ଶ୍ରମିକ । ଏ ସଂପର୍କରେ ଖବର ପାଇ ଓଡିଶା ମୋ ପରିବାର ନିର୍ଦ୍ଦେଶକ ଦିଲୀପ ରାଉତରାଏ ଓ ତାଙ୍କ ଟିମ ନିରନ୍ତର ଭାବେ ସେମାନଙ୍କ ସହ ଯୋଗାଯୋଗ ରକ୍ଷାକରି ସେମାନଙ୍କୁ ଓଡିଶା ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ କରିଥଲେ ।

ଦୁବାଇ ଦୂତାବାସ ସହ ସମନ୍ୱୟ ରଖି ପ୍ରଥମ ପର୍ଯ୍ୟାୟରେ 8 ଜଣ ଦୁବାଇରୁ ମୁମ୍ବାଇ ଓ ମୁମ୍ବାଇରୁ ଉଡ଼ାଜାହାଜରେ ଗତ ସେପ୍ଟେମ୍ବର 1 ତାରିଖ ସକାଳ 7.15 ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିଥିଲେ । ଏହାପରେ ସେମାନେ ନିଜଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆଉ 7 ଜଣଙ୍କୁ ଖୁବ ଶୀଘ୍ର ଓଡିଶା ଫେରେଇ ଆଣିବାକୁ ନିରନ୍ତର ପ୍ରୟାସ ଜାରିରହିଛି ।
ପ୍ରକାଶ ଥାଉକି ଓଡିଶା ବାହାରେ ଓ ବିଦେଶରେ ରହୁଥିବା ପ୍ରବାସୀ ଓଡିଆ ମାନଙ୍କ ସହ ସାମାଜିକ, ସାଂସ୍କୃତିକ, ଭାବଗତ ଓ ପାରିବାରିକ ସମ୍ପର୍କ ରକ୍ଷା କରି ସେମାନଙ୍କ ଭଲମନ୍ଦରେ ଓଡିଶା ପରିବାର ନିର୍ଦେଶାଳୟ ସବୁ ସମୟରେ ସହଯୋଗର ହାତ ବଢ଼େଇ ଆସିଛି ।
ସେହିଭଳି ଗତ ସେପ୍ଟେମ୍ବର 5 ତାରିଖରେ ଚେନ୍ନାଇରେ ରେଳ ଦୁର୍ଘଟଣାରେ ଆହତ ହୋଇ ପ୍ରାଣ ହରାଇଥିବା ମୟୁରଭଞ୍ଜ ଜିଲ୍ଲା କାଠରୁମା କୁଡ଼ିଆପାଳର ଭଗତ ମୁର୍ମୁଙ୍କ ପୁତ୍ର ସରାଇ ମୁର୍ମୁଙ୍କ ମୃତ୍ୟୁ ଖବର ପାଇ ଚେନ୍ନାଇରେ ରହୁଥିବା ତାଙ୍କ ପରିଚିତଙ୍କ ସହ ଓଡିଶା ପରିବାର ପକ୍ଷରୁ ଯୋଗାଯୋଗ କରାଯାଇଥିଲା । ଶବ ବ୍ୟବଛେଦ ପରେ ଆଜି ସନ୍ଧ୍ୟାରେ ଚେନ୍ନାଇ ହାଓଡା ଏକ୍ସପ୍ରେସ ମାଧ୍ୟମରେ ତାଙ୍କ ମରଶରୀର ଆସି ଆସନ୍ତାକାଲି ସନ୍ଧ୍ୟାରେ ବାଲେଶ୍ୱର ରେଳ ଷ୍ଟେସନରେ ପହଞ୍ଚିବ । ଏହାପରେ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତଦେହ ଗ୍ରହଣ କରାଯାଇ ତାଙ୍କ ଗ୍ରାମରେ ଵିଧି ମୁତାବକ ଶେଷକୃତ୍ୟ ସମାପନ ନିମନ୍ତେ ନିର୍ଦ୍ଦେଶାଳୟ ପକ୍ଷରୁ ଯୋଗାଯୋଗ କରାଯାଇଛି ।












Click it and Unblock the Notifications