Get Updates
Get notified of breaking news, exclusive insights, and must-see stories!

ଆଉ ପାଦେ ଆଗେଇଲା ମେଟ୍ରୋ ପ୍ରକଳ୍ପ ପ୍ରକ୍ରିୟା, ଡିପିଆର୍ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଉ ପାଦେ ଆଗେଇଲା ମେଟ୍ରୋ ପ୍ରକଳ୍ପ ପ୍ରକ୍ରିୟା । ଖୁବଶୀଘ୍ର ଭୁବନେଶ୍ୱରରେ ଗଡ଼ିବ ମେଟ୍ରୋ । ଏନେଇ ସମସ୍ତ ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇଛି । ମେଟ୍ରୋ ପ୍ରକଳ୍ପ ପାଇଁ ଡିପିଆରକୁ ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିପିଆରକୁ ଅନୁମୋଦନ ଦେଇଛନ୍ତି । ଏ-ନେଇ ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି ।

metro

ତେବେ, ମିଳିଥିବା ସୂଚନା ଆଧାରରେ 'ଟର୍ଣ୍ଣ କି' ଆଧାରରେ ଏହି କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଯୋଗ୍ୟ ସଂସ୍ଥା ଟେଣ୍ତର ପ୍ରକ୍ରିୟାରେ ସାମିଲ ହୋଇପାରିବେ ବୋଲି ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ (ବିଏମଆରସି) ନିର୍ଦ୍ଦେଶନାମା ଜାରି କରିଛି । ଏନେଇ ଆସନ୍ତାମାସ 18 ତାରିଖରେ ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନର ପ୍ରଥମ ବୋର୍ଡ଼ ମିଟିଂ ବସିବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ ବୋଲି ଜଣାପଡ଼ିଛି । ପରିବହନ ସଚିବ,ଅର୍ଥ ସଚିବ, ନଗର ଉନ୍ନୟନ ବିଭାଗ ସଚିବ, ପୂର୍ତ୍ତ ସଚିବ ଓ ବିଏମଆରସିର ଅଧ୍ୟକ୍ଷ ସଦସ୍ୟ ରହିଛନ୍ତି ।

ତେବେ, ଏହି ବୈଠକରେ ଡିପିଆର ଅନୁମୋଦନ ସହିତ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଉପରେ ଚର୍ଚ୍ଚା ହେବ ।

ସୂଚନାଥାଉକି, ରାଜ୍ୟ ସରକାର ମେଟ୍ରୋ ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବେ । ଏହି ପ୍ରକଳ୍ପ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଅତିରିକ୍ତ ବଜେଟରେ ଖାସ୍ କରି 210 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ମେଟ୍ରୋ ପ୍ରକଳ୍ପ ଆସନ୍ତା 4ବର୍ଷ ମଧ୍ୟରେ ଶେଷ ହେବ ବୋଲି ଜଣାପଡିଛି । ଆଉ ଏଥିପାଇଁ ବିଏମଆରସିକୁ ପ୍ରତି ବର୍ଷ 1500 କୋଟି ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବେ ।

ଭୁବନେଶ୍ୱରରେ ଟ୍ରାଫିକ୍ ସର୍ଭେ, ଟୋପାଗ୍ରାଫିକ୍ ସର୍ଭେ, ପରିବେଶ ଓ ସାମାଜିକ ପ୍ରଭାବ ଆଦି ଉପରେ ବିଚାର ବିମର୍ଶ କରିବା ପରେ ବିସ୍ତୁତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ମେଟ୍ରୋ ଟ୍ରେନ ଚଳାଚଳ ଦ୍ଵାରା ଭୁବନେଶ୍ୱର ରେ ଦିନକୁ ଦିନ ବଢୁଥିବା ଟ୍ରାଫିକ ସମସ୍ୟା ବହୁ ମାତ୍ରାରେ ଦୂର ହେବା ସହ ଯାତାୟତ ସୁଗମ ହେବ ।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ମୋଟ୍ 26 କିଲୋମିଟର ପର୍ଯ୍ୟନ୍ତ ଚାଲିବାର ଯୋଜନା ରହିଛି । ଏହି 26 କିଲୋମିଟର ରାସ୍ତାରେ 20 ଟି ଷ୍ଟେସନ୍ ରହିବ । ମେଟ୍ରୋ ଟ୍ରେନ୍ ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିକଟରୁ ବାହାରି କଟକର ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ଚଳାଚଳି କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+