ଲକଡାଉନ 3.0: ତିନି ଜିଲ୍ଲାରେ ସାମାନ୍ୟ କୋହଳ ହେବ କଟକଣା, ପଢନ୍ତୁ; ବଦଳିଲା ଆଉ କେଉଁ ସବୁ ନିୟମ...
ସଂକ୍ରମଣ କମୁଥିବା ୩ଟି ଜିଲ୍ଲାରେ 3ୟ ପର୍ଯ୍ୟୟ ଲକଡାଉନର କଟକଣା କୋହଳ ହେବ। ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାରେ କୋହଳ ହେବ କିଛି ନିୟମ। ୩ ଜିଲ୍ଲାରେ ସକାଳ ୭ଟାରୁ ଦିନ ୧ଟା ଯାଏଁ ସବୁ ଦୋକାନ ଖୋଲିବ।
ଭୁବନେଶ୍ବର: ସଂକ୍ରମଣ କମୁଥିବା ୩ଟି ଜିଲ୍ଲାରେ 3ୟ ପର୍ଯ୍ୟୟ ଲକଡାଉନ କଟକଣା କୋହଳ ହେବ। ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାରେ କୋହଳ ହେବ କିଛି ନିୟମ। ୩ ଜିଲ୍ଲାରେ ସକାଳ ୭ଟାରୁ ଦିନ ୧ଟା ଯାଏଁ ସବୁ ଦୋକାନ ଖୋଲିବ। ମାତ୍ର ସେଲୁନ, ପାର୍ଲର ଓ ମଲ୍ ଖୋଲିବାକୁ ଅନୁମତି ନାହିଁ ।

ତେବେ ରାଜ୍ୟରେ ଆସନ୍ତା ଜୁନ 17 ତାରିଖ ଯାଏଁ ବଢିଛି ଲକଡାଉନ ଅବଧି । ଜୁନ 1 ସକାଳ 5 ଟାରୁ ଜୁନ 17 ସକାଳ 5 ଯାଏଁ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି 3ୟ ଥର ପାଇଁ ବଢିଛି ଲକଡାଉନ ଅବଧି ।
ସୂଚନାଥାଉ କି, ମେ' ୫ ତାରିଖରେ ପ୍ରଥମ ପର୍ଯ୍ୟାୟ ଲକ୍ଡାଉନ୍ ଘୋଷଣା କରାଯାଇଥିଲା। କିନ୍ତୁ ସ୍ଥିତିରେ ଯଥେଷ୍ଟ ପରିବର୍ତ୍ତନ ନ ହେବାରୁ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଜାରି କରାଯାଇଥିଲା, ଯାହା ଜୁନ୍ ୧ ତାରିଖ ସକାଳ ୫ଟାରେ ଶେଷ ହେବ।

ଲକଡାଉନ 3.0 କଣ କଣ ବଦଳିଲା:
- ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି SRC।
- ସକାଳ ୬ଟାରୁ ୧୨ଟା ଯାଏ ଖୋଲିବ ଦୋକାନ ବଜାର ।
- ଘରଠାରୁ ୫ ଶହ ମିଟର ଭିତରେ ଚାଲି ଚାଲି ଯାଇପାରିବେ ।
- ପୂର୍ବଭଳି ଜାରି ରହିବ ସପ୍ତାହନ୍ତ ସଟଡାଉନ ।
- ଅନ୍ୟ ସମସ୍ତ କଟକଣା ପୂର୍ବଭଳି ଜାରି ରହିବ ।
- ଅତ୍ୟାବଶ୍ୟକ ହେଲେ ବାଇକରେ ଜଣେ ଯାଇପାରିବେ।
- କାର, ଅଟୋ, ଓବେର, ଓଲାରେ ଯାଉଥିଲେ ଡ୍ରାଇଭର ସହ ୨ଜଣ ଯାଇପାରିବେ।
- ଜରୁରୀ ଚିକିତ୍ସା ସେବା ପାଇଁ ୨ ଜଣ ପଛ ସିଟରେ ବସି ମଧ୍ୟ ଯାଇପାରିବେ।
- CRUT ପକ୍ଷରୁ କେବଳ ଏୟାରପୋର୍ଟ, ରେଲଓ୍ୱେ ଷ୍ଟେସନରୁ ମୋ ବସ୍ ସେବା ଜାରି ରହିବ। ୨ଟି ସ୍ଥାନ ବ୍ୟତୀତ ଅନ୍ୟ କେଉଁଠି ବି ରହିବନି ମୋ ବସ୍।
- ଯାତ୍ରାବେଳେ ବସ'ରେ ଛିଡା ହୋଇ କେହି ଯାଇପାରିବେ ନାହିଁ।
- ନୂଆପଡା, ଗଜପତି, ସୁନ୍ଦରଗଡରେ କଟକଣା କୋହଳ ।
- ୩ ଟି ଜିଲ୍ଲାରେ ଦିନ ୧ଟା ଯାଏଁ କିଣାବିକା ।












Click it and Unblock the Notifications