ପୁଣି 16 ଦିନ ବଢିଲା ଲକଡାଉନ, ଜୁନ 17 ସକାଳ 5ଟା ଯାଏଁ ଅବଧି

ରାଜ୍ୟରେ ପୁଣି ବଢିଲା ଲକଡାଉନ ଅବଧି । ଆସନ୍ତା ଜୁନ 17 ତାରିଖ ଯାଏଁ ବଢିଲା ଲକଡାଉନ ଅବଧି । ଜୁନ 1 ସକାଳ 5ଟାରୁ ଜୁନ 17 ସକାଳ 5 ଯାଏଁ ଲକଡାଉନ ଅବଧିକୁ ବୃଦ୍ଧି କଲେ ରାଜ୍ୟ ସରକାର ।

ଭୁବନେଶ୍ବର: ରାଜ୍ୟରେ ପୁଣି ବଢିଲା ଲକଡାଉନ ଅବଧି । ଆସନ୍ତା ଜୁନ 17 ତାରିଖ ଯାଏଁ ବଢିଲା ଲକଡାଉନ ଅବଧି । ଜୁନ 1 ସକାଳ 5ଟାରୁ ଜୁନ 17 ସକାଳ 5 ଯାଏଁ ଲକଡାଉନ ଅବଧିକୁ ବୃଦ୍ଧି କଲେ ରାଜ୍ୟ ସରକାର । ଏନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି 3ୟ ଥର ପାଇଁ ବଢିଲା ଲକଡାଉନ ଅବଧି ।

Lockdown Odisha

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସ୍ଥିତିରେ ସେମିତି କିଛି ଆଖିଦୃଶିଆ ପରିବର୍ତ୍ତନ ଦେଖିବାକୁ ମିଳି ନାହିଁ । ବାତ୍ୟା ୟାସ ଯୋଗୁ କିଛି ଦିନ ଟେଷ୍ଟିଂ କମି ଥିଲା। ତେଣୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବି କମ୍ ରହିଥିଲା। କିନ୍ତୁ ଟେଷ୍ଟିଂ ବଢ଼ିବା ସହିତ ପଜିଟିଭ୍ ସଂଖ୍ୟା ବି ବଢୁଛି। ତେଣୁ ରାଜ୍ୟ ସରକାର ପୁଣି ଥରେ ଲକ୍‌ଡାଉନ୍ ଅବଧି ବଢ଼ାଛନ୍ତି ।

Lockdown Odisha

ସୂଚନାଯୋଗ୍ୟ, କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ବଢ଼ିବାରୁ ମେ' ୫ ତାରିଖରେ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍ ଘୋଷଣା କରାଯାଇଥିଲା। କିନ୍ତୁ ସ୍ଥିତିରେ ଯଥେଷ୍ଟ ପରିବର୍ତ୍ତନ ନ ହେବାରୁ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଥିଲା, ଯାହା ଜୁନ୍ ୧ ତାରିଖ ସକାଳ ୫ଟାରେ ଶେଷ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+