ଦୁଇ ଦିନ ବ୍ରେକ୍ ପରେ କାଲି ଠୁ ପୁଣି ବର୍ଷିବ, ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ସେପ୍ଟେମ୍ବର ଆରମ୍ଭରୁ ଲାଗି ରହିଥିବା ବର୍ଷାରେ ଗତ ଦୁଇ ଦିନ ହେବ ବ୍ରେକ୍ ଲାଗିଛି । ରାଜ୍ୟରେ ପାଗ ଶୁଖିଲା ରହିଛି । କିନ୍ତୁ ଏହି ସମୟରେ କାଲି ଠାରୁ ପୁଣି ବଢିବ ବର୍ଷାର ପରିମାଣ । ସେପ୍ଟେମ୍ବର 12 ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ।

Rain

ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହୋଇପାରେ । ଏ ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷା ନେଇ 20 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । 12 ତାରିଖରେ ଘୂର୍ଣ୍ଣିବଳୟ ସକ୍ରିୟ ହେବା ପରେ 13 ତାରିଖରୁ ବର୍ଷା ପରିମାଣ ବଢିବ ।

ଏହାର ପ୍ରଭାବରେ ସେପ୍ଟେମ୍ବର 13 ରୁ 15 ମଧ୍ୟରେ ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ସେପ୍ଟେମ୍ବର 16 ବେଳକୁ ବର୍ଷା ସାମାନ୍ୟ ଭାବରେ ହ୍ରାସ ପାଇବ । ତେବେ ପଶ୍ଚିମ ଓଡ଼ିଶାରେ ଗୋଟିଏ ବା ଦୁଇଟି ସ୍ଥାନରେ ସେପ୍ଟେମ୍ବର 16 ରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ସେପ୍ଟେମ୍ବର 18 ପରେ ରାଜ୍ୟରେ ପାଣିପାଗରେ ଉନ୍ନତି ଘଟିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଗତ 24 ଘଣ୍ଟାରେ ରାଜ୍ୟରେ 3.4 ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା 8.4 ମିମି ତୁଳନାରେ 60 ପ୍ରତିଶତ କମ୍‌‌ ବୋଲି ଜଣାପଡ଼ିଛି । 9 ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି । କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର ଓ ନବରଙ୍ଗପୁର ଜିଲ୍ଲାରେ ସ୍ଥିତି ନିଅଣ୍ଟିଆ ରହିଛି ।

ଜୁନ୍‌ 1 ତାରିଖରୁ ସେପ୍ଟେମ୍ବର 9 ତାରିଖ ଭିତରେ ରାଜ୍ୟରେ ମୋଟ 888 ମିମି ବର୍ଷା ହୋଇଛି । ଏହି ସମୟ ଭିତରେ ସ୍ୱାଭାବିକ ବର୍ଷାର ପରିମାଣ 1001 ମିମି ଥିଲା । ସେପ୍ଟେମ୍ବର ଆରମ୍ଭରୁ ବର୍ଷା ଲାଗି ରହିଥିଲା । ରାଜ୍ୟର ଅନେକ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସମେତ ପ୍ରବଳ ବର୍ଷା ହୋଇଥିଲା । ତେବେ ଗତକାଲି ଏବଂ ଆଜି ବର୍ଷା କମ ରହିଛି । ସାମାନ୍ୟ ତାପମାତ୍ରା ବୃଦ୍ଧି ସହ ଗୁଳୁଗୁଳି ଅନୁଭୁତ ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+