ଏନସିବି ମୁଖ୍ୟ ହେଲେ ଓଡ଼ିଆ ପୁଅ ସତ୍ୟ ନାରାୟଣ ପ୍ରଧାନ
ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଡାଇରେକ୍ଟର ଜେନେରାଲ ଭାବେ ନିଯୁକ୍ତ ହେଲେ ଓଡିଶାରେ ଜନ୍ମିତ ବରିଷ୍ଠ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ।
ଭୁବନେଶ୍ୱର : ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଡାଇରେକ୍ଟର ଜେନେରାଲ ଭାବେ ନିଯୁକ୍ତ ହେଲେ ଓଡିଶାରେ ଜନ୍ମିତ ବରିଷ୍ଠ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ।

ରାଷ୍ଟ୍ରୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ର ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିବାବେଳେ ସେ ଚଳିତ ବର୍ଷ ଜୁନ୍ ଠାରୁ ଏନସିବି ଅତିରିକ୍ତ ଡିଜି ଭାବେ ଦାୟିତ୍ୱ ତୁଲାଉଥିଲେ । 2024 ଅଗଷ୍ଟ 31 ପର୍ଯ୍ୟନ୍ତ ସେ ଦାୟିତ୍ୱରେ ରହିବେ । 1988 ବ୍ୟାଚ୍ ଝାଡ଼ଖଣ୍ଡ କ୍ୟାଡରର ଆଇପିଏସ ଅଫିସର ହେଉଛନ୍ତି ସତ୍ୟନାରାୟଣ ପ୍ରଧାନ ।
2019 ରେ ସେ ଏନଡିଆରଏଫ୍ ଡିଜି ଭାବେ ଦାୟିତ୍ୱ ନେଇଥିଲେ । ସଫଳତାର ସହିତ ଏନଡିଆରପିଏଫର ଦାୟିତ୍ୱ ତୁଲାଇ ଅନେକ ପ୍ରଶଂସା ସାଉଁଟିଛନ୍ତି ସତ୍ୟନାରାୟଣ । କାର୍ଯ୍ୟଦକ୍ଷତାକୁ ଦୃଷ୍ଟିରେ ରଖି ତାଙ୍କୁ ଏନସିବି ଡିଜି ଭାବେ ନୂଆ ଦାୟିତ୍ୱ ଦିଆଯାଇଛି ।
ପୂର୍ବରୁ ଏନଡିଆରଏଫ ଡିଜି ଥିବା ବେଳେ ସତ୍ୟନାରାୟଣଙ୍କ ନେତୃତ୍ୱରେ ଅନେକ ବିପର୍ଯ୍ୟୟର ସଫଳ ମୁକାବିଲା କରାଯାଇଛି । ଖାସକରି ଏହି ଓଡ଼ିଶାରେ ଅନେକ ବାତ୍ୟା ମାଡ ହୋଇଥିବା ବେଳେ ସତ୍ୟନାରାୟଣ ଏନଡିଆରଏଫ ଡିଜି ଭାବେ ବେଶ ତତ୍ପରତା ଦେଖାଇଥିଲେ । ବାତ୍ୟା ପରବର୍ତ୍ତୀ ସମୟରେ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଟିମ ଯେଉଁଭଳି କାର୍ଯ୍ୟ କରୁଥିଲା ସେଥିପାଇଁ ସତ୍ୟନାରାୟଣଙ୍କ ନିକଟକୁ ଓଡ଼ିଶାରୁ ପ୍ରଂଶସାର ସୁଅ ଛୁଟିଥିଲା । ଏହାସହ ଦେଶର ବଡ ବଡ ବିପର୍ଯ୍ୟୟ ମୁକାବିଲା ପାଇଁ ସତ୍ୟନାରାୟଣଙ୍କ ଆଗୁଆ ପ୍ରସ୍ତୁତି ଅନେକ ଜୀବନ ବଞ୍ଚାଇବାରେ ସହାୟକ ହୋଇଥିଲା ।












Click it and Unblock the Notifications