Get Updates
Get notified of breaking news, exclusive insights, and must-see stories!

ASO ମେରିଟ୍ ଲିଷ୍ଟ୍ ଖାରଜ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

କଟକ : ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ASO) ପଦବୀ ପାଇଁ ଓପିଏସସି ପକ୍ଷରୁ ହୋଇଥିବା ପରୀକ୍ଷାର ମେରିଟ୍ ଲିଷ୍ଟ୍ ଖାରଜ କରିବା ମାମଲାରେ ରିଭ୍ୟୁ ପିଟିସନର ଶୁଣାଣି କରିଛନ୍ତି ଓଡ଼ିଶା ହାଇକୋର୍ଟ । ଏହି ପରୀକ୍ଷାରେ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କ ରିଭ୍ୟୁ ପିଟିସନର ଶୁଣାଣି କରିଛନ୍ତି ହାଇକୋର୍ଟ । ଏହା ପରେ ରାୟ ସଂରକ୍ଷିତ ରଖିଛନ୍ତି ଉଚ୍ଚ ନ୍ୟାୟାଳୟ ।

high court

ଏହା ପୂର୍ବରୁ ଏଏସ୍ଓ ପଦବୀ ପାଇଁ OPSC ପକ୍ଷରୁ ଜାରି ହୋଇଥିବା ମେରିଟ୍ ଲିଷ୍ଟକୁ ମେ 19 ତାରିଖରେ ଖାରଜ କରି ଦେଇଥିଲେ ହାଇକୋର୍ଟ । କିନ୍ତୁ ମେରିଟ୍ ଲିଷ୍ଟରେ ଥିବା ପ୍ରାର୍ଥୀଙ୍କୁ ପକ୍ଷଭୁକ୍ତ ନକରି ଏହି ନିର୍ଦ୍ଦେଶ ଦିଆଯାଇଛି ବୋଲି ଯୁକ୍ତି ବାଢି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀ ।

ଅପରପକ୍ଷରେ ରିଭ୍ୟୁ ପିଟିସନ ଦାଖଲ କରିବା ପାଇଁ ଆବେଦନକାରୀଙ୍କ ପାଖରେ କୌଣସି ଅଧିକାର ନାହିଁ ବୋଲି ଯୁକ୍ତି ବାଢିଛି ଓପିଏସସି । ମେ' 19 ର ଆଦେଶରେ ଆବେଦନକାରୀଙ୍କ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିନାହିଁ ଏବଂ ଏହି ଆଦେଶକୁ ଚ୍ୟାଲେଞ୍ଜ କରିବାର ଅଧିକାର ସେମାନଙ୍କ ପାଖରେ ନାହିଁ । ଏବେ ରିଭ୍ୟୁ ପିଟିସନର ଶୁଣାଣି କରି କୋର୍ଟ ପରବର୍ତ୍ତୀ ସମୟରେ ରାୟ ଶୁଣାଇବେ ।

ସୂଚନା ଥାଉକି, ଏଏସ୍ଓ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ପରୀକ୍ଷାର୍ଥୀ ଧାରଣା ଦେବା ସହ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହା ପରେ ସର୍ଟଲିଷ୍ଟ ତାଲିକାକୁ ମେ 19 ତାରିଖରେ ଖାରଜ କରିଦେଇଥିଲେ ହାଇକୋର୍ଟ । 2 ମାସ ମଧ୍ୟରେ ସାନି ମେରିଟ୍ ଲିଷ୍ଟ ପ୍ରକାଶ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଲିଖିତ ପରୀକ୍ଷାରେ ମୋଟ୍ ମାର୍କ ଆଧାରରେ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ ।

794 ASO ପଦବୀ ପାଇଁ ଗତବର୍ଷ ଅଗଷ୍ଟରେ ହୋଇଥିଲା ପରୀକ୍ଷା । ଏଥିରେ ମୋଟ୍ 1 ଲକ୍ଷ 48 ହଜାର 888 ପ୍ରାର୍ଥୀ ଲିଖିତ ପରୀକ୍ଷା ଦେଇଥିଲେ । ଏଥିରେ 11 ଶହ 4 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିଲେ । ଯାହା ଖାଲିଥିବା ପଦବୀର ଦେଢଗୁଣ ।
ତେବେ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ପରିକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଯାହା ପରେ ସମସ୍ତ ପରିକ୍ଷାର୍ଥୀ ଓପିଏସସି ନିକଟରେ ଅଭିଯୋଗ କରିବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+