ପୁରୀ ଜଗମୋହନ ନାଟମଣ୍ଡପ ମରାମତି ନେଇ ବଡ଼ ରାୟ, କାଲି ଠୁ କାମ କରିବାକୁ ନିର୍ଦ୍ଦେଶ
କଟକ: ପୁରୀ ଜଗମୋହନ ନାଟମଣ୍ଡପ ମରାମତି ନେଇ ହାଇକୋର୍ଟଙ୍କ ବଡ଼ ରାୟ । ଆସନ୍ତାକାଲି ଠାରୁ ପୁରୀ ଜଗମୋହନ ନାଟମଣ୍ଡପ ମରାମତି କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ । ଆସନ୍ତା 24 ତାରିଖ ଠାରୁ ମରାମତି ଆରମ୍ଭ କରିବାକୁ ଚାହୁଁଥିଲା ଏଏସଆଇ । ମାତ୍ର ଓଡ଼ିଶା ହାଇକୋର୍ଟ ଏହାକୁ ଅଗ୍ରାହ୍ୟ କରିଛନ୍ତି ।

ଏହା ସହ ପ୍ରତି 15 ଦିନ ବ୍ୟବଧାନରେ ମରାମତିର ଅଗ୍ରଗତି ରିପୋର୍ଟ ଆମିକସ କ୍ୟୁରୀ ହାଇକୋର୍ଟକୁ ଜଣାଇବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଡିସେମ୍ବର ମାସ 4ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ଜଣାଯାଇଛି । ମରାମତି ଲାଗି ସମସ୍ତ ସହଯୋଗ ଯୋଗାଇବ ଶ୍ରୀମନ୍ଦିର ପ୍ରଶାସନ ।
ମରାମତି କାମର ଅନୁଧ୍ୟାନ କରିବେ ଆମିକସ୍ କ୍ୟୁରି । ଏନେଇ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।












Click it and Unblock the Notifications