କଟକ ବିପର୍ଯ୍ୟସ୍ତ ରାସ୍ତାକୁ ନେଇ ବର୍ଷିଲେ ହାଇକୋର୍ଟ, 27 ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ
କଟକ: ଆଉ ଦିନ କେଇଟା ପରେ ଦୁର୍ଗାପୂଜା । ହେଲେ ସରିନି କଟକର ବିପର୍ଯ୍ୟସ୍ତ ରାସ୍ତାର ମରାମତି କାମ । ମେଲା ହୋଇ ପଡ଼ି ରହିଛି ଡ୍ରେନ୍ । ଏ ନେଇ ଆଜି ବିଭିନ୍ନ ବିଭାଗ ଉପରେ ବର୍ଷିଛନ୍ତି ହାଇକୋର୍ଟ । 27 ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
କଟକର ରାସ୍ତାଘାଟ ସମସ୍ୟା ଦୂର ନେଇ ହାଇକୋର୍ଟରେ ଆଜି ଶୁଣାଣି ହୋଇଥିଲା । ଆଜି ବ୍ୟକ୍ତିଗତ ହାଜର ହୋଇ ପକ୍ଷ ରଖିଥିଲେ ବିଭିନ୍ନ ବିଭାଗ ଅଧିକାରୀ । ସିଏମ୍ସି, ପିଡବ୍ଲୁଡି, ଆର ଆଣ୍ଡ ବି ଏବଂ ଗେଲ୍ ପ୍ରବନ୍ଧକ ପ୍ରମୁଖ ପକ୍ଷ ରଖିଥିଲେ

କାମ ନ ସରିବା ପଛରେ ବିଭିନ୍ନ ବିଭାଗୀୟ ଅଧିକାରୀ ପରସ୍ପର ଉପରେ ଦୋଷ ଲଦାଲଦି ହୋଇଥିଲେ । ଆସନ୍ତା ନଭେମ୍ବର 2ରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି । ଏହା ପୂର୍ବରୁ ରାସ୍ତା ଓ ଡ୍ରେନ୍ ନିର୍ମାଣ ସହ ମରାମତି ସାରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗୀୟ କର୍ତ୍ତୃପକ୍ଷ ନିଜ ଇଚ୍ଛା ଅନୁସାରେ ସମୟସୀମା ଧାର୍ଯ୍ୟ କରିପାରିବ ନାହିଁ ବୋଲି କହିଛନ୍ତି କୋର୍ଟ ।












Click it and Unblock the Notifications