Get Updates
Get notified of breaking news, exclusive insights, and must-see stories!

ବିବାହରେ ପଡ଼ିବ ପୂର୍ଣ୍ଣଛେଦ ! ବର୍ଷା-ଅନୁଭବ ବିବାହ ବିଛେଦକୁ ମିଳିଲା ଅନୁମତି

କଟକ: ବିବାହରେ ପଡ଼ିବ ପୂର୍ଣ୍ଣଛେଦ ! ଅଲଗା ହେବେ ଅନୁଭବ-ବର୍ଷା । ବିବାହ ବିଛେଦ ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି । କେବଳ ଅନୁମତି ଦେଇନାହାନ୍ତି ବରଂ ପରିବାର ଅଦାଲତର ବିବାହ ବିଛେଦ ରାୟକୁ ଖାରଜ ମଧ୍ୟ କରିଛନ୍ତି ।

varsha priyadarshini- anubhav

ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲାରେ ଗୁରୁବାର ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । କୋର୍ଟ ଅନୁଭବ-ବର୍ଷାଙ୍କ ବିବାହ ବିଚ୍ଛେଦଙ୍କୁ ଅନୁମତି ଦେଇଛନ୍ତି । ତେବେ ଏହି ମାମଲାରେ ପୂର୍ବରୁ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଥିଲେ ତଳକୋର୍ଟ । ଏହାପରେ ତଳକୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଅନୁଭବ । ଏବେ ହାଇକୋର୍ଟ ଏହି ଆବେଦନକୁ ଗ୍ରହଣ କରିବା ସହିତ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ପତ୍ନୀ ବର୍ଷା ଦାମ୍ପତ୍ୟ ଜୀବନ ପୁନଃସ୍ଥାପନ ପାଇଁ କରିଥିବା ଆବେଦନକୁ ପରିବାର ଅଦାଲତ ଖାରଜ କରିଥିଲେ ମଧ୍ୟ ଅନୁଭବଙ୍କୁ ଛାଡ଼ପତ୍ର ମଞ୍ଜୁର କରି ନଥିଲେ । ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଅନୁଭବ ଦାୟର କରିଥିବା ଆବେଦନକୁ ମଧ୍ୟ ପରିବାର ଅଦାଲତ ଖାରଜ କରିଥିଲେ । ପରିବାର ଅଦାଲତର ଏହି ରାୟକୁ ଚାଲେଞ୍ଜ କରି ଅନୁଭବ ହାଇକୋର୍ଟରେ ଅପିଲ ଦାୟର କରିଥିଲେ । ଏହି ରାୟକୁ ରଦ୍ଦ କରାଯାଉ ଓ ତାଙ୍କ ଛାଡ଼ପତ୍ର ଆବେଦନକୁ ମଞ୍ଜୁର କରାଯାଉ ବୋଲି ଅନୁଭବ ଦର୍ଶାଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ 2024, ଫେବୃଆରୀ 8 ରେ ଅନୁଭବ ବର୍ଷାଙ୍କୁ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ବିବାଦ ଦେଖା ଦେବାରୁ ଅନୁଭବ ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ 2020 ରେ ପିଟିସନ୍ ଦାଖଲ କରିଥିଲେ । ଛାଡ଼ପତ୍ର ପାଇଁ ଅନୁଭବ ଦାୟର କରିଥିବା ଆବେଦନକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । 2021, ମାର୍ଚ୍ଚ 5 ରେ ସୁପ୍ରିମକୋର୍ଟ ଅନୁଭବଙ୍କ ସହମତିକୁ ବିଚାରକୁ ନେଇ ବର୍ଷାଙ୍କ ଟ୍ରାନ୍ସଫର ପିଟିସନକୁ ଅନୁମତି ଦେଇଥିଲେ । ଅନ୍ୟପକ୍ଷରେ ବର୍ଷା ମଧ୍ୟ କଟକ ପରିବାର ଅଦାଲତରେ ଦାମ୍ପତ୍ୟ ଜୀବନ ପୁନଃସ୍ଥାପନ ପାଇଁ ଏକ ପୃଥକ ଆବେଦନ ଦାୟର କରିଥିଲେ । ମଧ୍ୟସ୍ଥତା ପ୍ରକ୍ରିୟା ମାଧ୍ୟମରେ ବିବାଦର ସମାଧାନ ପାଇଁ ଅଦାଲତ ଉଦ୍ୟମ କରିଥିଲେ । କିନ୍ତୁ କୌଣସି ସୁଫଳ ନ ମିଳିବାରୁ ଅଦାଲତରେ ଶୁଣାଣି ଆରମ୍ଭ ହୋଇଥିଲା । ଉଭୟ ମାମଲାର ଏକତ୍ର କଟକ ପରିବାର ଅଦାଲତରେ ଶୁଣାଣି ହୋଇଥିଲା । ଆଉ ଏବେ ହାଇକୋର୍ଟ ବିବାହ ବିଛେଦ ପାଇଁ ଅନୁମତି ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+