ପୁଣି ଏକ ନମ୍ବର ଓଡ଼ିଶା, ଆର୍ଥିକ ପରିଚାଳନାରେ ସାରା ଦେଶରେ ପାଲଟିଛି ଉଦାହରଣ
ଭୁବନେଶ୍ୱର: ସାରା ଦେଶ ପାଇଁ ପୁଣି ଉଦାହରଣ ପାଲଟିଛି ଓଡ଼ିଶା । ଆର୍ଥିକ ପରିଚାଳନା ସହ ରାଜସ୍ୱ ବଳକା ରାଜ୍ୟ ଭାବେ ସାରା ଦେଶରେ ଏକ ନମ୍ବର ସ୍ଥାନରେ ରହିଛି ଓଡ଼ିଶା । 2021-22 ଆର୍ଥିକ ବର୍ଷକୁ ନେଇ ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଓଡ଼ିଶା 1 ନମ୍ବର ରାଜ୍ୟ ଭାବେ 43 ହଜାର 471 କୋଟି ଟଙ୍କାର ରାଜସ୍ୱ ବଳକା ପାଇଛି ।

ଏହା ସହ ମହାରାଷ୍ଟ୍ର, ତାମିଲନାଡୁ, ରାଜସ୍ଥାନ, କର୍ଣ୍ଣାଟକ, ପଞ୍ଜାବ, ହରିୟାଣା, ଆସାମା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟକୁ ପଛରେ ପକାଇଛି ଓଡ଼ିଶା । ଏହି ସବୁ ରାଜ୍ୟ ରାଜସ୍ୱ ନିଅଣ୍ଟରେ ଚାଲୁଛନ୍ତି । ରାଜସ୍ୱ ବଳକାରେ ଓଡ଼ିଶା ପଛକୁ ବିଜେପି ଶାସିତ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ ଓ କଂଗ୍ରେସ ଶାସିତ ଝାଡଖଣ୍ଡ, ଛତିଶଗଡ଼ ଅଛନ୍ତି ।
ରାଜ୍ୟର ଆର୍ଥିକ ପରିଚାଳନାକୁ କେନ୍ଦ୍ର ସରକାର ଓ ନୀତି ଆୟୋଗ ଲଗାତର ଭାବେ ପ୍ରଶଂସା କରି ଆସୁଛନ୍ତି । ଓଡ଼ିଶା ଏବେ ଦେଶର ଆର୍ଥିକ ଶକ୍ତି ଭାବେ ଉଭା ହୋଇଛି । ରାଜ୍ୟ ସରକାର ନିଜସ୍ୱ ସମ୍ବଳରେ ଅନେକ କିଛି ଜନ ହିତକର ଯୋଜନା କରିବାରେ ସକ୍ଷମ ହୋଇପାରୁଛନ୍ତି । ରାଜ୍ୟର ରୂପାନ୍ତରଣରେ ବଳିଷ୍ଠ ଯୋଗଦାନ ରହିଛି । ସାଂସ୍କୃତିକ ପ୍ରାଣକେନ୍ଦ୍ର, ସ୍କୁଲ୍, ପାନୀୟ ଜଳ, ଜଳସେଚନ, ଚାଷୀ, ମିଶନ ଶକ୍ତି, ସ୍ବାସ୍ଥ୍ୟସେବା, ଗ୍ରାମାଞ୍ଚଳ ବିକାଶ ଇତ୍ୟାଦିରେ ବ୍ୟାପକ ଉନ୍ନତି ଆସିପାରିଛି । ଏଥିସହ ପ୍ରାୟ କେନ୍ଦ୍ରୀୟ ସ୍କିମ୍ରେ ନିଜ ଭାଗ ଅର୍ଥ ବାଦ୍ ଜମି ଓ ପ୍ରଶାସନିକ ଖର୍ଚ୍ଚ ବାବଦରେ ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର ।
ଏହା ପୂର୍ବରୁ ମୁଣ୍ଡପିଛା ଋଣ ବୋଝ କମାଇବାରେ ଦେଶରେ ଓଡ଼ିଶା ସାରା ଦେଶରେ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ପାଇଥିଲା । ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ତଥ୍ୟରେ ଏହା ଦର୍ଶାଯାଇଥିଲା ।
ତେବେ ଓଡ଼ିଶାର ଶୃଙ୍ଖଳିତ ଓ ଉତକୃଷ୍ଟ ବିତ୍ତୀୟ ପରିଚାଳନା ପାଇଁ ଏହା ସମ୍ଭବ ହୋଇପାରିଥିଲା । '5-ଟି' ଉପକ୍ରମର ଅନୁପାଳନ ସହ ନିୟମିତ ଆର୍ଥିକ ସଂସ୍କାର ଏବଂ ଦୃଢ଼ ପ୍ରଶାସନିକ ନିଷ୍ପତ୍ତି ଯୋଗୁଁ ବିତ୍ତୀୟ ଦୃଷ୍ଟିରୁ ସବଳ ହୋଇଛି ଓଡ଼ିଶା । ରାଜ୍ୟର ଅର୍ଥନୀତି କ୍ରମାଗତ ଭାବେ ସୁଦୃଢ଼ ହୋଇ ଚାଲିଛି । ବିତ୍ତୀୟ ନିଅଣ୍ଟିଆ ରାଜ୍ୟରୁ ଓଡ଼ିଶା ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇଛି ।












Click it and Unblock the Notifications