ଦାଦନରୁ ଡାକ୍ତର ହେବେ କୃଷ୍ଣଚନ୍ଦ୍ର, ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର
ଭୁବନେଶ୍ୱର: ଦିନେ ଦାଦନ ଖଟୁଥିବା କୃଷ୍ଣଚନ୍ଦ୍ର ହେବେ ଡାକ୍ତର । ସ୍ୱପ୍ନ ସାକାର କରିବାକୁ ସାହାଯ୍ୟ କରିବେ ରାଜ୍ୟ ସରକାର । ବହନ କରିବେ ସମସ୍ତ ପଢା ଖର୍ଚ୍ଚ । ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକର ଆଦିବାସୀ ଗାଁ ଛୁଆପାଡ଼ିର କୃଷ୍ଣଚନ୍ଦ୍ର ଆଟାକାଙ୍କୁ ସହାୟତାର ହାତ ବଢାଇଛନ୍ତି ରାଜ୍ୟ ସରକାର । ଡାକ୍ତୀର ପାଠ ପଢିବା ପାଇଁ ଅର୍ଥ ବାଧକ ସାଜିବନି ବୋଲି ମିଳିଛି ପ୍ରତିଶ୍ରୁତି ।

ପିଲାଟି ଦିନରୁ ପାଠ ପଢ଼ା ପ୍ରତି ଆଗ୍ରହ ରଖୁଥିବା କୃଷ୍ଣଚନ୍ଦ୍ର ନିଟ୍ ପାସ୍ କରି ସରକାରୀ ମେଡିକାଲ୍ କଲେଜରେ ନାଁ ଲେଖାଇଛନ୍ତି । ସେ ଡାକ୍ତର ହୋଇ ସମାଜ ସେବା କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ବୋଲି କହିଛନ୍ତି ।
2006 ରେ ଆମ୍ବାଦୋଳା ସରକାରୀ ହାଇସ୍କୁଲରେ ପାଠ ପଢି ମ୍ୟାଟ୍ରିକ ପାସ କରିଥିଲେ । ଖଲିକୋଟ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢି ଦ୍ୱିତୀୟ ଶ୍ରେଣୀରେ ପାସ କରିଥିଲେ । ଆଗକୁ ପାଠ ପଢିବାକୁ ଇଛା ଥିଲେ ବି ବାଧକ ଥିଲା ଅର୍ଥ । ବାପାଙ୍କୁ ଚାଷ କାମରେ ସହଯୋଗ କରିବା ସହ ପାଠ ପଢିବାର ଇଛା ବାପାଙ୍କୁ କହିଥିଲେ । କିନ୍ତୁ ବାପାଙ୍କର ଆର୍ଥିକ ସ୍ଥିତି ଠିକ ନଥିବାରୁ ସେ ପୁଅ କୃଷ୍ଣଙ୍କ ଇଛାକୁ ପୂରଣ କରିପାରିନଥିଲେ । ଆଜି ସେହି କୃଷ୍ଣଙ୍କ ସେହି ଇଛା ପୂରଣ କରିବେ ରାଜ୍ୟ ସରକାର ।
ନିଜେ ଟଙ୍କା ରୋଜଗାର କରି ପାଠ ପଢ଼ିବା ପାଇଁ 2012 ରେ ଚାଲିଯାଇଥିଲେ କେରଳ । ପ୍ରଥମେ ସେ ଇଟାଭାଟିରେ କାମ କଲେ । ସେଠାରେ କିଛି ଦିନ କାମ କରିବା ପରେ ସେ କୋଟାୟମରେ ଏକ ଦିଆସିଲି କାରଖାନାରେ କାମ କଲେ । ପରେ ସେ 2014ରେ ନିଜ ଘରକୁ ଫେରିଆସିଥିଲେ । ନିଜ ଅଞ୍ଚଳରେ ଲୋକେ ଅଜଣା ରୋଗରେ ମରୁଥିବା ବେଳେ ମ୍ୟାଲେରିଆ ଏବଂ ଅନ୍ୟ ରୋଗରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିବାରୁ ସେ ଡାକ୍ତରୀ ପାଠ ପଢିବାକୁ ପୁଣି ଇଛା କରିଥିଲେ । 2021 ରେ ପୁଣି ପାଠ ପଢିବା ଆରମ୍ଭ କରିଥିଲେ କୃଷ୍ଣଚନ୍ଦ୍ର ।
ପରେ ପରିଶ୍ରମର ମିଳିଥିଲା ଫଳ । ପ୍ରଥମେ 2022 ରେ ନିଟ୍ ପରୀକ୍ଷାରେ ବିଫଳ ହେବା ପରେ 2023ରେ ସଫଳ ହୋଇଥିଲେ । କିନ୍ତୁ ମେଡିକାଲ କଲେଜରେ ନାଁ ଲେଖାଇବାକୁ ଗାଁ ର ସାହୁକାର ନୀଳମାଧବ ହିକକାଙ୍କଠାରୁ 37 ହଜାର 900 ଟଙ୍କା ଧାର ଆଣିଥିଲେ । ସାହୁକାରଠାରୁ ଧାର ଆଣି ଡାକ୍ତରୀ ପଢ଼ିବାକୁ ଆସିଥିବା ବେଳେ ବିନା ସୁଧରେ ଟଙ୍କା ଫେରସ୍ତ ପାଇଁ ସେ ରାଜି ହୋଇଥିବା କହିଛନ୍ତି ।
ଏନେଇ ଖବର ପ୍ରଚାର ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଜାଣି ତାଙ୍କୁ ତୁରନ୍ତ ଭୁବନେଶ୍ୱର ଡକାଇଥିଲେ । 5 ଟି ସଚିବ ଭିକେ ପାଣ୍ଡିଆନ କୃଷ୍ଣଚନ୍ଦ୍ରଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ସମସ୍ତ ସହଯୋଗ କରିବେ ବୋଲି କହିଥିଲେ । କୃଷ୍ଣଚନ୍ଦ୍ର ଭବାନୀପାଟଣାର ସହିଦ ରେଣ୍ଡା ମାଝୀ ସରକାରୀ ମେଡିକାଲ କଲେଜରେ ପାଠ ପଢିବେ ବୋଲି କହିଛନ୍ତି । ଏଥିପାଇଁ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଲକ୍ଷ୍ୟ ପୂରଣ ପାଇଁ 5T ସଚିବ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।












Click it and Unblock the Notifications