Get Updates
Get notified of breaking news, exclusive insights, and must-see stories!

ଓଡ଼ିଶାରେ ପ୍ରସ୍ତୁତ ହେବ ପ୍ରତିରକ୍ଷା ଯନ୍ତ୍ରାଂଶ, କଲ୍ୟାଣୀ ଷ୍ଟିଲ୍ ଚୁକ୍ତି ସ୍ୱାକ୍ଷର କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶାରେ ପ୍ରସ୍ତୁତ ହେବ ପ୍ରତିରକ୍ଷା ଯନ୍ତ୍ରାଂଶ ଓ ବିମାନର ଯନ୍ତ୍ରାଂଶ । ଏ ନେଇ ରାଜ୍ୟ ସରକାରଙ୍କ ସହ ଚୁକ୍ତିନାମା ସ୍ୱାକ୍ଷର କରିଛି କଲ୍ୟାଣୀ ଷ୍ଟିଲ୍ । ଲୋକସେବା ଭବନର କନଭେନସନ ହଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ MOU ସ୍ୱାକ୍ଷର କରାଯାଇଛି । ଢେଙ୍କାନାଳ ଜିଲ୍ଲାର ଗଜମରାରେ ଏହି ପ୍ରକଳ୍ପ ହେବ । ଏଥିପାଇଁ 11 ଶହ ଏକର ଜମି ଚିହ୍ନଟ ହୋଇଛି ।

odisha govt-kalyani steel mou

ଆସନ୍ତା ସେପ୍ଟେମ୍ବରରୁ ପ୍ରକଳ୍ପ କାମ ଆରମ୍ଭ ହେବ । 24 ମାସ ମଧ୍ୟରେ ଉତ୍ପାଦନ ଆରମ୍ଭ ହେବ । କମ୍ପାନୀ ଏଠାରେ ଟିଟାନିୟମ୍‌‌ ମେଟାଲ ଓ ବିମାନ ଯନ୍ତ୍ରାଂଶ ପ୍ରସ୍ତୁତ କରିବ । ଦୁଇଟି ପର୍ଯ୍ୟାୟରେ ହେବ ପୁଞ୍ଜିନିବେଶ । ପ୍ରଥମ ପର୍ଯ୍ୟାୟରେ 11 ହଜାର 750 କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଏହା ଦ୍ୱାରା 10 ହଜାର କର୍ମ ନିଯୁକ୍ତି ସୃଷ୍ଟି ହେବ ।

ମୁଖ୍ୟତଃ ଉଚ୍ଚଦକ୍ଷତା ସମ୍ପନ୍ନ ଯୁବକ ଯୁବତୀଙ୍କ କର୍ମନିଯୁକ୍ତି ପାଇଁ ଏହି ପ୍ରକଳ୍ପ ବହୁତ ବଡ଼ ସୁଯୋଗ ଦେବ । ଆଇଟିଆଇ, ପଲିଟେକ୍ନିକ୍‌‌, ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ମାନବସମ୍ବଳ ଆବଶ୍ୟକତା ପୂରଣ କରିବେ । ଏଥିସହ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ (ଏମ୍‌‌ଏସ୍‌‌ଏମ୍‌‌ଇ) ଏବଂ ଷ୍ଟାର୍ଟଅପ୍‌‌ କମ୍ପାନୀ ପାଇଁ ମଧ୍ୟ ରୋଜଗାର ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+