Get Updates
Get notified of breaking news, exclusive insights, and must-see stories!

ନୂଆ ଇତିହାସ ରଚିଲେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ, 1 ଘଣ୍ଟାରେ ସର୍ବାଧିକ ହାତଲେଖା ଚିଠା

ଭୁବନେଶ୍ୱର: ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇ ଇତିହାସ ରଚିଛନ୍ତି ସରକାରୀ ବିଦ୍ୟାଳୟର ଛାତ୍ରାଛାତ୍ରୀ । 1 ଘଣ୍ଟାରେ ଅନଲାଇନରେ ଅପଲୋଡ୍ ହୋଇଛି ସର୍ବାଧିକ ପୁସ୍ତକର ହାତଲେଖା ଚିଠା । ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦ୍ଦେଶ୍ୟରେ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀମାନେ ସାହିତ୍ୟ ସୃଜନୀ କ୍ଲବ ମାଧ୍ୟମରେ 'ମୋ କଥା ମୋ କହାଣୀ' ପୁସ୍ତକ ରଚନା କରିଥିଲେ । ଏହାକୁ ସେମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଏକ ଘଣ୍ଟା ମଧ୍ୟରେ ଅପଲୋଡ୍ କରି ଗିନିଜ ବୁକ ଅଫ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି । ଶୁକ୍ରବାର ଦିନ 12 ଟାରୁ 1 ଟା ମଧ୍ୟରେ ଏହି ପୁସ୍ତକର ତଥ୍ୟକୁ ଫେସବୁକରେ ଅପଲୋଡ କରିଥିଲେ ।

world record

ଛାତ୍ରଛାତ୍ରୀଙ୍କ ଭାଷା ସାହିତ୍ୟ ଓ ସୃଜନଶୀଳତାର ବିକାଶ ପାଇଁ ସାହାଯ୍ୟ ସୃଜନୀ ଶିକ୍ଷାର୍ଥୀ କ୍ଲବ୍ ମାଧ୍ୟମରେ ବିଦ୍ୟାଳୟସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ, ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସୃଜନାତ୍ମକ ଗଳ୍ପ ଏବଂ କବିତା ଆଦି ରଚନା କରୁଥିଲେ ।

ସୂଚନା ଅନୁସାରେ, ପୂର୍ବରୁ ମାତ୍ର 1 ଘଣ୍ଟା ମଧ୍ୟରେ ଫେସବୁକରେ 5 ହଜାର 408 ସଂଖ୍ୟାରେ ହସ୍ତଲିଖନ ନୋଟ୍ ପୂର୍ବରୁ ଅପଲୋଡ୍ କରାଯାଇଥିବା ରେକର୍ଡ ଥିଲା । ଯାହାର ନାମ ରହିଥିଲା 'ନମାମି ଗଙ୍ଗେ' । ଏହା 1 ନଭେମ୍ବର 2021ରେ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡ଼ରେ ସ୍ଥାନ ପାଇଥିଲା । ଓଡ଼ିଶାର ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ 'ମୋ ସ୍କୁଲ' ଉଦ୍ୟମରେ ଏହି ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି ।

ପୂର୍ବ ରେକର୍ଡଠାରୁ 4 ଗୁଣା ଅଧିକ ସଂଖ୍ୟାରେ ଅପଲୋଡ୍ ହୋଇଥିବା ଜଣାପଡ଼ିଛି । ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ରେକର୍ଡ ହୋଇଛି ।

ଉଲ୍ଲେଖଥାଉକି, ପ୍ରଥମ 'ବିଶ୍ୱ ଓଡିଆ ଭାଷା ସମ୍ମିଳନୀ' ଆଜି ଠାରୁ ଆରମ୍ଭ ହେଉଛି । ଫେବୃଆରୀ 5 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କର ସୃଜନଶୀଳତା ଏବଂ ସାହିତ୍ୟ ପ୍ରତି ଆଗ୍ରହ ବଢାଇବା । ଏହାସହ ଛାତ୍ରଛାତ୍ରୀମାନଙ୍କୁ ଅଧିକ ଉତ୍ସାହିତ କରିବା ଏବଂ ଇତିହାସର ସ୍ବର୍ଣ୍ଣିମ ଅକ୍ଷରରେ ସେମାନଙ୍କ ନାମ ଲିପିବଦ୍ଧ କରିବା ପାଇଁ ଲକ୍ଷ ରହିଛି । ପ୍ରଥମ 'ବିଶ୍ୱ ଓଡିଆ ଭାଷା ସମ୍ମିଳନୀ' ଅବସରରେ ବିଶ୍ୱ ରେକର୍ଡ ସୃଷ୍ଟି କରିବାକୁ ଲକ୍ଷ୍ୟ ରହିଛି । ଏଥିରେ ହାତ ଲେଖା ନୋଟରେ ଲେଖା ରହିଥିଲା 'ଧନ୍ୟବାଦ ମୋ ସ୍କୁଲ', ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ଓଡ଼ିଆ ଭାଷାରେ 'ମୋ କଥା ମୋ କାହାଣୀ ଲେଖି ମୁଁ ଗର୍ବିତ' ବୋଲି ଲେଖି ପୋଷ୍ଟ କରିଥିଲେ ଛାତ୍ରଛାତ୍ରୀ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+