ବଢିଲା ବଳିଆ ଯୋଜନା ସହାୟତା ରାଶି, ବିନା ସୁଧରେ ଏତେ ଟଙ୍କା ଋଣ ପାଇବେ ବୁଣାକାର

ଭୁବନେଶ୍ୱର: ରାଜ୍ୟର ବୁଣାକାରମାନଙ୍କ ଆୟ ଓ ଜାବନଧାରଣ ମାନରେ ହେବ ବୃଦ୍ଧି । ଏଣିକି ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ ବୁଣାକାର । ପୂର୍ବରୁ 50 ହଜାର ଟଙ୍କା ଥିବା ଏହି ରାଶିକୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହା ଦ୍ୱାରା ରାଜ୍ୟର 66 ହଜାର 414 ବୁଣାକାର ପରିବାର ଉପକୃତ ହେବେ ।

BALIA Scheme

ରାଜ୍ୟର ବୁଣାକାରମାନଙ୍କ ସମାଜିକ-ଅର୍ଥନୈତିକ ସଶକ୍ତିକରଣକୁ ସୁଗମ କରିବା ସହିତ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଐତିହ୍ୟକୁ ସଂରକ୍ଷିତ ରଖିବା ପାଇଁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମାଧ୍ୟମରେ ବିଭିନ୍ନ ବିକାଶମୂଳକ ଓ କଲ୍ୟାଣମୂଳକ ଯୋଜନା କରାଯାଉଛି । ବୁଣାକାରମାନଙ୍କ ରୋଜଗାର ସୁନିଶ୍ଚିତ କରିବା, ଅର୍ଥନୈତିକ ଅବସ୍ଥାକୁ ସୁଦୃଢ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ।

2019-20 ହସ୍ତତନ୍ତ ଗଣନା ଅନୁସାରେ, 2021 ଅପ୍ରେଲ ପହିଲା ସୁଦ୍ଧା ରାଜ୍ୟରେ 66 ହଜାର 141 ପରିବାରରେ 1 ଲକ୍ଷ 24 ହଜାର 84 ଜଣ ବୁଣାକାର ଥିବା ବେଳେ 56 ହଜାର 569 ସଂଖ୍ୟକ ତନ୍ତ ରହିଛି ।

2022-23 ଆର୍ଥିକ ବର୍ଷରୁ ବୁଣାକାର ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ୍ ବୁଣାକାର ଜୀବିକା ଓ ଆୟ ବୃଦ୍ଧି ସହାୟତା ଯୋଜନା(BALIA)' ପ୍ରଣୟନ କରାଯାଇଛି । ଏହି ଯୋଜନା ମାଧ୍ୟମରେ 18-70 ବର୍ଷ ବୟସର ସମସ୍ତ ବୁଣାକାର ତଥା ବୟନ କାର୍ଯ୍ୟରେ ନିୟୋଜିତ ଶ୍ରମିକ ମାନଙ୍କୁ 50 ହଜାର ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ କାର୍ଯ୍ୟକାରୀ ପୁଞ୍ଜି ଋଣ ଆକାରରେ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଥିଲା ।

କିନ୍ତୁ, ବାରମ୍ବାର ସୂତା, ରଙ୍ଗ ଓ ଅନ୍ୟାନ୍ୟ କଞ୍ଚାମାଲର ମୂଲ୍ୟ ବୃଦ୍ଧି ଯୋଗୁଁ, ବ୍ୟବସାୟର ନିରନ୍ତର ଅଭିବୃଦ୍ଧି ସହିତ ନିଜର ଉତ୍ପାଦନ ଏବଂ ବିପଣନ କ୍ଷମତାକୁ ବୃଦ୍ଧି କରିବା ପାଇଁ ବୁଣାକାର କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତାରେ ବୃଦ୍ଧି ଆଣିବା ଦରକାର ପଡ଼ୁଥିଲା । ଏଥିପାଇଁ 50 ହଜାର ଟଙ୍କା ଯଥେଷ୍ଟ ହେଉନଥିଲା । ତେଣୁ ଋଣ ରାଶିକୁ 50 ହଜାରରୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପ୍ରସ୍ତାବକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।

ଏହି ଯୋଜନା ନିୟନ ଅନୁଯାୟୀ, ବୁଣାକାରମାନେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟକାରୀ ପୁଞ୍ଜି ବିନା ସୁଧରେ ଋମ ଆକାରରେ ବ୍ୟାଙ୍କରୁ ପାଇପାରିବେ । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏହି ଯୋଜନା କାର୍ଯ୍ୟକାରୀ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+