କେନ୍ଦୁପତ୍ର ତୋଳାଳିଙ୍କୁ ରାଜ୍ୟ ସରକାରଙ୍କ ଭେଟି, 25 ରୁ 50 ପ୍ରତିଶତକୁ ବଢିଲା ବୋନସ୍
ଭୁବନେଶ୍ୱର: କେନ୍ଦୁପତ୍ର ତୋଳାଳିଙ୍କ ବୋନସ୍ ରେ ବୃଦ୍ଧି କଲେ ରାଜ୍ୟ ସରକାର । ସମ୍ବଲପୁର ଚାରମାଳରୁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଚାଳମାଳ କାର୍ଯ୍ୟକ୍ରମରେ ଭର୍ଚୁଆଲ ଯୋଗେ ଐତିହାସିକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହା ପରେ ଏବେ କେନ୍ଦୁପତ୍ର ତୋଳାଳିଙ୍କୁ ମିଳିବ ଦୁଇ ଗୁଣା ବୋନସ୍ । ପୂର୍ବରୁ ମିଳୁଥିବା 25 ପ୍ରତିଶତ ବୋନସକୁ 50 ପ୍ରତିଶତକୁ ବୃଦ୍ଧି ପାଇଛି । ଏଥିରୁ ରାଜ୍ୟର 8 ଲକ୍ଷ 50 ହଜାର କେନ୍ଦୁପତ୍ର ତୋଳାଳି ଉପକୃତ ହେବେ । ଏଥିଲାଗି ସରକାର 98 କୋଟି ଖର୍ଚ୍ଚ କରିବେ ।
ସେହିପରି ବନ୍ଧାଳି ଓ ଋତୁକାଳୀନ ଶ୍ରମିକଙ୍କ ଇନସେଣ୍ଟିଭ ଦୁଇଗୁଣା ବଢି 5ରୁ 10 ପ୍ରତିଶତକୁ ବୃଦ୍ଧି କରିଛନ୍ତି । ଏଥିଲାଗି ସରକାର 11 କୋଟି ଖର୍ଚ୍ଚ କରିବେ । ରାଜ୍ୟରେ ଥିବା 40 ହଜାର ବନ୍ଧାଳି ଓ ସିଜନାଲ ଷ୍ଟାଫ ଏଥିରୁ ଉପକୃତ ହେବେ । ସେହିପରି ଋତୁକାଳୀନ କର୍ମଚାରୀଙ୍କୁ ଖୁସି ଖବର ଦେଇଛନ୍ତି ସରକାର । ସେମାନଙ୍କର ଦରମା ବୃଦ୍ଧି ଦାବି ପୂରଣ ହୋଇଛି ।
ହେଡ ଚେକରଙ୍କ ମାସିକ ଦରମା 22 ହଜାର 631 ରୁ 24 ହଜାର 420 କୁ ବୃଦ୍ଧି ପାଇଛି । ସେହିପରି ମହଙ୍ଗା ଭତ୍ତା 4 ଶହ ଟଙ୍କାରୁ 600 ଟଙ୍କାକୁ ବୃଦ୍ଧି ପାଇଛି । ସର୍କଲ ଚେକରଙ୍କ ଦରମା 17 ହଜାର 740 ରୁ 21 ହଜାରରୁ ଅଧିକ ହୋଇଛି । ଡିଏ 300 ରୁ 450 କୁ ବୃଦ୍ଧି ପାଇଛି । ଏହା ସହ ବନ୍ଧାଳୀ ଚେକରଙ୍କ ଦରମା 14 ହଜାର 800 ଟଙ୍କାରୁ 17 ହଜାର 680 କୁ ବୃଦ୍ଧି ପାଇଛି । ଡିଏ 200 ରୁ 300 ଟଙ୍କାକୁ ବୃଦ୍ଧି ପାଇଛି । ମୁନସିଙ୍କ ଦରମା 12 ହଜାର 420 ରୁ 15 ହଜାର 215 ଟଙ୍କାକୁ ବୃଦ୍ଧି ପାଇଛି । ମୁନସି-2 ଙ୍କ ଦରମା 9 ହଜାର 850 ରୁ 12 ହଜାର 385 ଟଙ୍କାକୁ ବୃଦ୍ଧି ହୋଇଛି ।
ସେହିପରି କେନ୍ଦୁପତ୍ର କେରି ଦର ମଧ୍ୟ ବୃଦ୍ଧି କରିଛନ୍ତି ସରକାର । ପଦ୍ମପୁର ଉପନିର୍ବାଚନରେ ସରକାର କେନ୍ଦୁପତ୍ର ତୋଳାଳିଙ୍କ ଲାଗି ଦେଇଥିବା ପ୍ରତଶ୍ରୁତି ପୂରଣ କରିଛନ୍ତି । କେନ୍ଦୁପତ୍ର ତୋଳାଳିଙ୍କ ଦୁଇ ଝିଅଙ୍କ ବିବାହ ଲାଗି 25 ହଜାର ଲେଖାଏ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି । କେନ୍ଦୁପତ୍ର ତୋଳାଳିଙ୍କ ଲାଗି ମୋଟ 200 କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି ସରକାର ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications