Get Updates
Get notified of breaking news, exclusive insights, and must-see stories!

ଖୁସି ଖବର: ବଢିଲା ହାଉସ୍ ସର୍ଜନଙ୍କ ଷ୍ଟାଇପେଣ୍ଡ, କଥା ରଖିଲେ 5 ଟି ସଚିବ

ଭୁବନେଶ୍ୱର: ବଢିଲା ହାଉସ୍ ସର୍ଜନଙ୍କ ଷ୍ଟାଇପେଣ୍ଡ । ଓଡିଶା ସରକାର ମଙ୍ଗଳବାର ଦିନ ସାରା ରାଜ୍ୟରେ ମେଡିକାଲ କଲେଜଗୁଡ଼ିକର ସର୍ଜନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

doctors

ହାଉସ୍ ସର୍ଜନମାନଙ୍କ ଅଭିଯୋଗ ଉପରେ ବିଚାର କରି ବର୍ତ୍ତମାନ ଦରମା ଉପରେ 50 ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ତତ୍କାଳ ଲାଗୁ ହେବ ଷ୍ଟାଇପେଣ୍ଡ ବୃଦ୍ଧି । 2021 ଜାନୁଆରୀରେ ହୋଇଥିବା ନିଷ୍ପତ୍ତି ଅନୁସାରେ ହାଉସ ସର୍ଜନମାନେ ଷ୍ଟାଇପେଣ୍ଡ ପାଉଥିଲେ । ପରେ ସେମାନଙ୍କ ଅଭିଯୋଗ ଅନୁସାରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏନେଇ ଅର୍ଥ ବିଭାଗକୁ ମଧ୍ୟ ଅବଗତ କରାଯାଇଛି ।

ଅପରପକ୍ଷରେ ଦେବଗଡ଼ ଜିଲ୍ଲାକୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ମିଳିଛି ବଡ଼ ଭେଟି । 10 ଜଣ ସ୍ୱତନ୍ତ୍ର ଡାକ୍ତରଙ୍କୁ ନିଯୁକ୍ତି କରାଯାଇଛି । ସର୍ଜରୀ, ଶିଶୁ ବିଭାଗ, ଆନେସ୍ଥାସିଆ, ମାନସିକ, ଅସ୍ଥିଶଲ୍ୟ, ଇଏନଟି, ଚକ୍ଷୁ, ଫୁସଫୁସ, ଭେଷଜ ଓ ଦନ୍ତ ବିଭାଗରେ ନିଯୁକ୍ତି ଦିଆଯାଇଛି ।

5T ସଚିବ ଭି କେ ପାଣ୍ଡିଆନଙ୍କ ଦେବଗଡ଼ ଗସ୍ତ ସମୟରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣିରେ ଲୋକମାନେ ଏ ନେଇ ଦାବି କରିଥିଲେ । ଏହା ପରେ ସରକାର ଦେବଗଡ ଜିଲ୍ଲାରେ 10 ଜଣ ବିଶେଷଜ୍ଞଙ୍କୁ ନିଯୁକ୍ତି ଦେଇଛନ୍ତି । କାଉନସିଲିଂ ମାଧ୍ୟମରେ ଏହି 10 ଟି ବିଭାଗରେ ଡାକ୍ତରଙ୍କୁ ମିଳିଛି ନିଯୁକ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+