Get Updates
Get notified of breaking news, exclusive insights, and must-see stories!

ଦାୟିତ୍ୱ ନେବା ଆଗରୁ ମହାପ୍ରଭୁଙ୍କ ଆଶିଷ ନେଲେ ନୂଆ ରାଜ୍ୟପାଳ

ପୁରୀ: ମହାପ୍ରଭୁଙ୍କ ଦର୍ଶନ କଲେ ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ଆଜି ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିରରେ ଜଗା ଦର୍ଶନ କରି ଆଶିଷ ଗ୍ରହଣ କରିଛନ୍ତି ରଘୁବର ଦାସ । ବେଶ୍ କିଛି ସମୟ ଧରି ସେ ଶ୍ରୀମନ୍ଦିରରେ ପରିଭ୍ରମଣ କରିଥିଲେ ।

Raghubar das-puri

ଏହା ପରେ ଆସନ୍ତକାଲି ସକାଳ 8.45 ମିନିଟରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ପୂର୍ବାହ୍ନ ପ୍ରାୟ 11.45 ରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି । ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ରାଜ୍ୟପାଳଙ୍କର 80 ଜଣ ବନ୍ଧୁ ଓ ପରିବାର ବର୍ଗ ତାଙ୍କ ସହ ଓଡିଶା ଆସିଛନ୍ତି । ନୂଆ ରାଜ୍ୟପାଳଙ୍କୁ ପ୍ରୋଟୋକଲ୍ ଅନୁଯାୟୀ Z+ ସୁରକ୍ଷା ପ୍ରଦାନ କରାଯାଇଛି ।

ମହାପ୍ରଭୁଙ୍କୁ ଦର୍ଶନ ପରେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସଙ୍କ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ଓଡ଼ିଶାର ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ରଘୁବର । ତାହା ସହିତ ସେ ଆହୁରି କହିଛନ୍ତି, ମୁଁ ବହୁତ ଭାଗ୍ୟଶାଳୀ, ଓଡ଼ିଶାର ଜନତାଙ୍କ ସେବା ସୌଭାଗ୍ୟ ମିଳିଲା । ଚେଷ୍ଟା ରହିବ ଗରିବ, ଶୋଷିତ, ବଞ୍ଚିତଙ୍କ ଜୀବନସ୍ତର ଯେମିତି ଉଚ୍ଚକୁ ଉଠିବ । କେନ୍ଦ୍ର ଓ ରାଜ୍ୟର ଯୋଜନା ଗରିବଙ୍କ ପର୍ଯ୍ୟନ୍ତ ପହଞ୍ଚିବା ଦାୟିତ୍ୱ ନେବି ବୋଲି ସେ କହିଛନ୍ତି ।

ଜଣେ ମହା ସେବକଭାବେ ଗରିବଙ୍କ ଯାଏ ଯୋଜନା ପହଞ୍ଚିବା ଦାୟିତ୍ୱ ନେବି । ରାଜଭବନ ଦ୍ୱାର ଗରିବ ଲୋକଙ୍କ ପାଇଁ 24 ଘଣ୍ଟା ଖୋଲା ରହିବ ବୋଲି ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସଙ୍କ ଗଣମାଧ୍ୟମ ଆଗରେ କହିଛନ୍ତି ।

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ହେଉଛନ୍ତି ରଘୁବର ଦାସ । ସେ 5 ଥର ନିର୍ବାଚିତ ହୋଇଛନ୍ତି । ରଘୁବର ଦାସ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ । 2009 ରେ ସେ ଝାଡ଼ଖଣ୍ଡର ଉପମୁଖମନ୍ତ୍ରୀ ଦାୟିତ୍ଵ ନିର୍ବାହ କରିଥିଲେ। 2014 ରୁ 1019 ଯାଏ ସେ ଝାଡ଼ଖଣ୍ଡର ଷଷ୍ଠ ତଥା ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । 1995 ରେ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+