ଶ୍ରୀକ୍ଷେତ୍ରରେ ନୂଆ ରାଜ୍ୟପାଳ ରଘୁବର ଦାସ, ମହାପ୍ରଭୁଙ୍କ କରିବେ ଦର୍ଶନ
ପୁରୀ: ଓଡିଶାରେ ପହଞ୍ଚିଛନ୍ତି ନୂଆ ରାଜ୍ୟପାଳ ରଘୁବର ଦାସ । ଆଜି ସକାଳୁ ପୁରୀରେ ପହଞ୍ଚିଛନ୍ତି ରଘୁବର । ଏହା ପରେ ସକାଳ 10 ଟା ସମୟରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ଓଡିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବାର ଦାସ । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଏସ୍ପି କନଓ୍ୱର ବିଶାଳ ସିଂହ ପୁରୀ ଷ୍ଟେସନ୍ରେ ପହଞ୍ଚି ନୂଆ ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ ।

ସୂଚନା ଅନୁଯାୟୀ, ସୋମବାର ଦିନ ଭୋର ସମୟରେ ପୁରୀରେ ପହଞ୍ଚିଛନ୍ତି ଓଡିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ଟାଟାନଗରରୁ ପୁରୁଷୋତମପୁର ଏକ୍ସପ୍ରେସରେ ଆସି ଭୋରରେ ପୁରୀ ପହଞ୍ଚିଛନ୍ତି । ରେଳ ଷ୍ଟେସନରୁ ସିଧା ରାଜଭବନ ଯାଇ ବିଶ୍ରାମ ନେଉଛନ୍ତି ନୂଆ ରାଜ୍ୟପାଳ । କିଛି ସମୟର ବିଶ୍ରାମ ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏହାପରେ ଭୁବନେଶ୍ୱର ଆସି ରାଜଭବନରେ ରାତ୍ରିଯାପନ କରିବେ । ଆଉ ମଙ୍ଗଳବାର ଦିନ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପରେ ଓଡିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେବେ ।
ମଙ୍ଗଳବାର ପୂର୍ବାହ୍ନ 11.45 ମିନିଟରେ ରାଜଭବନରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବା କାର୍ଯ୍ୟସୂଚୀ ରହିଛି । ରାଜ୍ୟପାଳଙ୍କ ଶପଥଗ୍ରହଣ ଉତ୍ସବ ପାଇଁ ପ୍ରାୟ 80 ଜଣ ବନ୍ଧୁ ଓ ପରିବାର ବର୍ଗ ମଧ୍ୟ ତାଙ୍କ ସହ ଅଛନ୍ତି । ନୂଆ ରାଜ୍ୟପାଳଙ୍କୁ ପ୍ରୋଟୋକଲ ଅନୁଯାୟୀ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଛି ।












Click it and Unblock the Notifications