5-ଟି ପରେ 5-ସି, ‘ମୋ ସ୍କୁଲ ଅଭିଯାନ'ର ନୂଆ ଚିନ୍ତାଧାରା
ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ଆସିବ ନୂଆ ଚିନ୍ତାଧାରା । 5 ଟି ପରେ ଏବେ ଆସିବ 5 ସି । ମୋ ସ୍କୁଲ ଅଭିଯାନର 5ସି ହେଉଛି ଏକ ଅଂଶବିଶେଷ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ଅଶ୍ବଥୀ. ଏସ ।

5ସି ହେଲା-କମ୍ୟୁନିଟି, କନେକ୍ଟ, କୋଲାବରେସନ, କ୍ରିଏଟ ଓ କୋପରେସନ । ମୋ ସ୍କୁଲ କାର୍ଯ୍ୟକ୍ରମର ଏହା ଅନ୍ତର୍ନିହିତ ଅଂଶ । ବର୍ତ୍ତମାନ ମଧ୍ୟ ରାଜ୍ୟର ସମସ୍ତ ବିଦ୍ୟାଳୟରେ 5ସି ଅଧୀନରେ କାମ ଚାଲୁଛି । ଆସନ୍ତା ବର୍ଷ ଏହାକୁ ଅଧିକ ବ୍ୟାପକ କରାଯିବା ସହ ଏନେଇ ସମସ୍ତଙ୍କୁ ଜଣାଇ ଦିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ସୂଚନା ଦେଇଛନ୍ତି । ଏହା କୌଣସି ନୂଆ ସ୍କିମ୍ ହୋଇନଥିବା ବେଳେ ଏହା ଏକ ନୂତନ ଚିନ୍ତାଧାରା, ଯାହା ମାଧ୍ୟମରେ ବିଦ୍ୟାଳୟ, ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସମେତ ବିଭିନ୍ନ ଆଲୁମିନି ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା। ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ମୋଟିଭେଟ୍ କରାଯିବ ।
ରାଜ୍ୟ ସରକାର 5ଟି ପରେ ଏବେ 5ସି ପରିକଳ୍ପନାକୁ ଆସନ୍ତାବର୍ଷ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ଅଧିକ ବିଦ୍ୟାଳୟକୁ ସମ୍ପ୍ରସାରିତ କରିବା ଏହି ଯୋଜନାର ଲକ୍ଷ୍ୟ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏସ୍. ଅଶ୍ୱଥୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି ।
ଉଲ୍ଲେଖଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2017 ନଭେମ୍ବର 14 ରେ 'ମୋ ସ୍କୁଲ ଅଭିଯାନ'ର ଶୁଭାରମ୍ଭ କରିଥିଲେ । ସରକାରଙ୍କ ଦ୍ୱାରା ପରିଚାଳିତ ଏବଂ ସରକାରୀ ସହାୟତାପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ସହାୟତା ପ୍ରଦାନ କରିବା ପାଇଁ ପୁରାତନ ଛାତ୍ରଛାତ୍ରୀ, ସେମାନଙ୍କ ଶିକ୍ଷାନୁଷ୍ଠାନ ଏବଂ ସମୁଦାୟକୁ ଏକାଠି କରିବା ପାଇଁ ଏହି ପଦକ୍ଷେପ ଏକ ଅନନ୍ୟ ପ୍ରୟାସ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications