Get Updates
Get notified of breaking news, exclusive insights, and must-see stories!

କୃଷି ସମୃଦ୍ଧ ହେବ ଓଡ଼ିଶା, ବିନା ସୁଧରେ ଋଣ ଯୋଗାଇବେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜ୍ୟର ଚାଷୀ ଭାଇଭଉଣୀଙ୍କୁ ଆହୁରି ସଶକ୍ତ କରିବା ସହ କୃଷି କ୍ଷେତ୍ରକୁ ସୁଦୃଢ କରିବା ନେଇ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଏ ଦିଗରେ ଆଉ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଚାଷୀ ଭାଇ ଓ ଭଉଣୀଙ୍କ କଲ୍ୟାଣ ଓ ବିକାଶ ନିମନ୍ତେ ଆଣିଛନ୍ତି ଫସଲ ଋଣ ଯୋଜନା ସହାୟତା ।

Crop Loan

ଏହି ଯୋଜନାରେ ଚାଷୀ ଭାଇଭଉଣୀମାନଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବେ । ସେହିପରି ୧ ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମାତ୍ର ୨ ପ୍ରତିଶତ ସୁଧ ହାରରେ ମିଳିପାରିବ । ଭୂମିହୀନ ଓ ଭାଗଚାଷୀମାନେ ମଧ୍ୟ ଏହି ସୁବିଧା ପାଇପାରିବେ । ଏହି ସୁବିଧା ପାଇବା ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ସମବାୟ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କ ଶାଖା ସହ ଯୋଗାଯୋଗ କରିପାରିବେ ।

ଉଲ୍ଲେଖଯୋଗ୍ୟ, ଚାଷୀ ଭାଇଭଉଣୀଙ୍କୁ ରାଜ୍ୟର ମେରୁଦଣ୍ଡ ଭାବେ ପରିଗଣିତ କରି ଏହା ପୂର୍ବରୁ 'କାଳିଆ' ଯୋଜନା ଘୋଷଣା କରିଥିଲେ ରାଜ୍ୟ ସରକାର । ଏହି ଯୋଜନା ଅଧିନରେ ଓଡ଼ିଶା ସରକାର ରାଜ୍ୟର ସମସ୍ତ କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କୁ ପ୍ରତି ରବି ଓ ଖରିଫ ଋତୁରେ ଚାଷକାର୍ଯ୍ୟ କରିବା ପାଇଁ ବିହନ, ସାର, କୀଟନାଶକ ଔଷଧ କିଣିବା ସହିତ ମଜୁରି ଓ ଆନୁଷଙ୍ଗିକ ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ ୫ ଫସଲ ଋତୁରେ ମୋଟ୍ ୨୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+