ଆଜି ଆସିବ ନୂଆ-ଓ ଛାତ୍ରବୃତ୍ତି, ଏହି ସବୁ ଜିଲ୍ଲାରେ ମିଳିବ ଆଜି
ଭୁବନେଶ୍ୱର: ଆଜି ମିଳିବ ନୂଆ-ଓ ଛାତ୍ରବୃତ୍ତି । ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀମାନଙ୍କୁ ମିଳିବ ଛାତ୍ରବୃତ୍ତି । ରାଜ୍ୟ ସରକାର ଘୋଷଣା କରିଥିବା 'ନୂଆ-ଓ ଛାତ୍ରବୃତ୍ତି' ଆଜି ଠାରୁ ବିତରଣ କରାଯିବ । ଆଜି ସମ୍ୱଲପୁର, ଦେବଗଡ, ଅନୁଗୋଳ ଜିଲ୍ଲାରେ ଏହି ଛାତ୍ରବୃତ୍ତି ବିତରଣ କରାଯିବ ।
ଛାତ୍ରୀମାନଙ୍କୁ 10 ହଜାର ଓ ଛାତ୍ରମାନଙ୍କୁ 9000 ଟଙ୍କା ମିଳିବ । କିଛି ଦିନ ତଳେ ରାଜ୍ୟ ସରକାର ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ ନେଇ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ 5-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯାଜପୁରରେ ନୂଆ-ଓ କାର୍ଯ୍ୟକ୍ରମରେ ଘୋଷଣା କରିଥିଲେ । ଏହି ଯୋଜନାରେ ପାଖାପାଖି ସାଢେ 4 ଲକ୍ଷ ଛାତ୍ରଛାତ୍ରୀ ଏହି ନୂଆ-ଓ ଛାତ୍ରବୃତ୍ତି ପାଇବେ ।

ସେହିଭଳି ପାଖାପାଖି 35 ହଜାର ପିଜି ଛାତ୍ରଛାତ୍ରୀ ମଧ୍ୟ ଏହି ବୃତ୍ତି ପାଇବେ । ପ୍ରତିବର୍ଷ ଏହି ଛାତ୍ରବୃତ୍ତି ମିଳିବ । ଏହି ଛାତ୍ରବୃତ୍ତି ଟଙ୍କା ସିଧାସଳଖ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଯିବ । ସରକାରୀ କର୍ମଚାରୀ ଓ ଆୟକର ଦେଉଥିବା ଅଭିଭାବକଙ୍କ ପିଲାଙ୍କୁ ଏହି ଛାତ୍ରବୃତ୍ତି ମିଳିବ ନାହିଁ । ସବୁ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ଦେବାରେ ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ।
ନୂଆ-ଓ କାର୍ଯ୍ୟକ୍ରମ ପାଇଁ 300 କୋଟି ଟଙ୍କାର କର୍ପସ ଫଣ୍ଡ ରଖିଛନ୍ତି ରାଜ୍ୟ ସରକାର । ତେଣୁ କଲେଜରେ ହେଉଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଭାଗ ନେଲେ କିଛି ପଏଣ୍ଟ ପାଇବେ ଛାତ୍ରଛାତ୍ରୀ । ଅଧିକ ପଏଣ୍ଟ ପାଇଲେ ଅଧିକ ଟଙ୍କା ପାଇପାରିବେ ଛାତ୍ରଛାତ୍ରୀ ।












Click it and Unblock the Notifications