ବଢିଲା ଜନଜାତି ଛାତ୍ରୀ ନିବାସ ମାଟ୍ରନଙ୍କ ଦରମା, ଏବେ ମିଳିବ ଏତେ ଟଙ୍କା ବେତନ

ଭୁବନେଶ୍ୱର: ଜନଜାତି ଛାତ୍ରୀନିବାସ ମାଟ୍ରନଙ୍କ ବେତନ ବୃଦ୍ଧି ହୋଇଛି । ସେମାନଙ୍କ ପାରିଶ୍ରମିକ 5 ହଜାର ଟଙ୍କା ବୃଦ୍ଧି କିରଛନ୍ତି ରାଜ୍ୟ ସରକାର । ଏହା ପରେ ବର୍ତ୍ତମାନ ଜନଜାତି ଛାତ୍ରୀ ନିବାସ ମାଟ୍ରନ 10 ହଜାର ଟଙ୍କା ପରିବର୍ତ୍ତେ 15 ହଜାର ଟଙ୍କା ପାରିଶ୍ରମିକ ପାଇବେ ।

Naveen patnaik

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ତଥା ପଛୁଆବର୍ଗ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ଛାତ୍ରୀନିବାସଗୁଡ଼ିକରେ କର୍ଯ୍ୟରତ ମହିଳା ମାଟ୍ରନମାନଙ୍କର ମାସିକ ପାରିଶ୍ରମିକ 10 ହଜାର ଟଙ୍କାରୁ 15 ହଜାର ଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ଏହା ବ୍ୟତୀତ, ଯଦି କୌଣସି କାର୍ଯ୍ୟରତ ମହିଳା ମାଟ୍ରନ ଦୁର୍ଭାଗ୍ୟବଶତଃ ପ୍ରାଣ ହରାନ୍ତି, ତେବେ ତାଙ୍କ ନିକଟତମ ସମ୍ପର୍କୀୟଙ୍କୁ ଏକକାଳୀନ 2 ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ।

ସେହିପରି 60 ବର୍ଷରେ କାର୍ଯ୍ୟ ନିବୃତ୍ତ ହେବା ସମୟରେ ସେମାନଙ୍କୁ ଏକକାଳୀନ ଏକ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ ରାଜ୍ୟସରକାର ବାର୍ଷିକ 15 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+