ହୋମଗାର୍ଡଙ୍କ ଦୈନିକ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୟର : ବଢିଲା ହୋମଗାର୍ଡ ମାନଙ୍କର ଦୈନିକ ଭତ୍ତା । ଅପ୍ରେଲ ପହିଲାରୁ ପିଛିଲା ଭାବେ ଲାଗୁ ହେବ ଏହି ଦୈନିକ ଭତ୍ତା ବୃଦ୍ଧି । ହୋମଗାର୍ଡଙ୍କ ଦୈନିକ ପାରିଶ୍ରମିକ 423 ଟଙ୍କା ପରିବର୍ତ୍ତେ 533 ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।

ଆଜି ଏନେଇ ଗୃହ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଜାରି କରାଯାଇଛି । ସୁପ୍ରିମକୋର୍ଟ ମାର୍ଚ୍ଚ 17 ରେ ଦେଇଥିବା ରାୟ ଆଧାରରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ହୋମଗାର୍ଡମାନେ ଯେତିକି ଦିନ ଡ୍ୟୁଟି କରିବେ ସେମାନଙ୍କୁ ଅନୁରୂପ ଭାବେ ଦୈନିକ 533 ଟଙ୍କା ହିସାବରେ ପାରିଶ୍ରମିକ ମିଳିବ ।

home guard

ଆଉ ପ୍ରଚଳିତ ନିୟମ ଅନୁସାରେ ଯେଉଁ ସଂସ୍ଥା ଦ୍ୱାରା ହୋମଗାର୍ଡଙ୍କୁ ଡ୍ୟୁଟି ଦିଆଯିବ ସମ୍ପୃକ୍ତ ସଂସ୍ଥା ସେହି ପାରିଶ୍ରମିକ ପ୍ରଦାନ କରିବ । ଏହି ନିର୍ଦ୍ଦେଶ ଦ୍ୱାରା ରାଜ୍ୟର ପ୍ରାୟ 18 ହଜାରରୁ ଅଧିକ ହୋମଗାର୍ଡ ଉପକୃତ ହେବେ ।

ସୂଚନାଯୋଗ୍ୟ, ମେ 30 ରେ ବରୀ ଥାନା ଅନ୍ତର୍ଗତ ଔପଦାର ହୋମଗାର୍ଡ ରଞ୍ଜନ କୁମାର ମଲ୍ଲିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଥିଲେ । ଯେଉଁଥିରେ ସେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପହଞ୍ଚିବା ପରେ ବି ପରିବାରକୁ ଚଳାଇବା ଲାଗି ବେତନ କମ୍ ପଡ଼ୁଥିବା ଲେଖିବା ସହ ମୃତ୍ୟୁ ଭିକ୍ଷା କରିଥିଲେ ।

ଜଷ୍ଟିସ ଏମ ଆର ଶାହା ଓ ଜଷ୍ଟିସ ଏମ ଏମ ସୁନ୍ଦରେଶଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ମାମଲାର ରାୟ ଦେଇଥିଲେ । ଏବେ ରାଜ୍ୟ ସରକାର କୋର୍ଟଙ୍କ ଏହି ରାୟକୁ କାର୍ଯ୍ୟକାରୀ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, 2016 ମସିହାରେ ସମସ୍ତ ରାଜ୍ୟଙ୍କୁ ମାନ୍ୟବର ସୁପ୍ରିମକୋର୍ଟ କନେଷ୍ଟବଳ ମାନେ ଯେଉଁ ବେତନ ପାଇବେ ଗୃହରକ୍ଷୀ ମାନେ ମଧ୍ୟ ସେହି ବେତନ ପାଇବେ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ରାଜ୍ୟ ଏହି ନିଷ୍ପତ୍ତିକୁ ମାନିଥିଲେ ମଧ୍ୟ ରାଜ୍ୟ ସରକାର ଏହି ରାୟକୁ ଲାଗୁ କରି ନଥିଲେ । ଏନେଇ 2018 ମସିହାରେ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଗୃହରକ୍ଷୀ ମହାସଂଘ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+