ଏଥର ବି କାଉଡ଼ିଆଙ୍କୁ ବୋଲବମ୍ ଯାତ୍ରା ମନା, କୋଭିଡ୍ ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି
ପାଣିଭାର ନେଇ ଯାଇ ଶିବ ମନ୍ଦିର ଯାଇପାରିବେନି କାଉଡ଼ିଆ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ବର୍ଷ ମଧ୍ୟ ବୋଲବମ୍ ଉପରେ ରୋକ୍ ଲଗାଇଛନ୍ତି ।
ଭୁବନେଶ୍ୱର : ଏଥର ବି କାଉଡ଼ିଆଙ୍କୁ ବୋଲବମ୍ ଯାତ୍ରା ମନା । ପାଣିଭାର ନେଇ ଯାଇ ଶିବ ମନ୍ଦିର ଯାଇପାରିବେନି କାଉଡ଼ିଆ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ବର୍ଷ ମଧ୍ୟ ବୋଲବମ୍ ଉପରେ ରୋକ୍ ଲଗାଇଛନ୍ତି । ଶ୍ରାବଣ ମାସ ପାଇଁ ରାଜ୍ୟ ସରକାର ନିୟମ ଲାଗୁ କରିଛନ୍ତି । ଫଳରେ ଜୁଲାଇ ଓ ଅଗଷ୍ଟ ମାସରେ କାଉଡ଼ିଆ ଯାତ୍ରା ବନ୍ଦ ରହିବ ।

ରାଜ୍ୟରେ କୋଭିଡ-19 ସ୍ଥିତିରେ ସୁଧାର ଆସି ନଥିବାର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଅନୁସାରେ କାଉଡ଼ିଆମାନେ କୌଣସି ଧାର୍ମିକ ସ୍ଥାନରୁ ଜଳଧରି ଯାତ୍ରା କରିପାରିବେ ନାହିଁ ।
ସୂଚନାଯୋଗ୍ୟ, ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ଯୋଗୁଁ ଗତବର୍ଷ ମଧ୍ୟ କାଉଡ଼ିଆ ଯାତ୍ରାକୁ ରାଜ୍ୟ ସରକାର ବାରଣ କରିଥିଲେ । ଚଳିତ ବର୍ଷ ମଧ୍ୟ ରାଜ୍ୟରେ କୋରନାର ଦ୍ୱିତୀୟ ଲହର କାଳରେ ସଂକ୍ରମଣ ହାର କିଛିଟା କମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ ରହିଛି । ସଂକ୍ରମଣ ନିୟନ୍ତ୍ରଣରେ ନଥିବାରୁ ରାଜ୍ୟ ସରକାର ବୋଲବମ ଯାତ୍ରା ଉପରେ କଟକଣା ଲଗାଇଛନ୍ତି ।
ଚଳିତ ମାସ 25 ତାରିଖ ଠାରୁ ଶ୍ରାବଣ ମାସ ଆରମ୍ଭ ହୋଇ ଅଗଷ୍ଟ 22 ରେ ଶେଷ ହେବ । ଚଳିତ ବର୍ଷ ଶ୍ରାବଣ ମାସରେ ମୋଟ 5ଟି ସୋମବାର (ଜୁଲାଇ 26, ଅଗଷ୍ଟ 1, 8, 15 ଓ 22) ପଡୁଛି । କିନ୍ତୁ ବୋଲବମ୍ ଯାତ୍ରା ସମୟରେ ସାମାଜିକ ଦୂରତା ତଥା କୋଭିଡ-୧୯ କଟକଣାର ଉଲ୍ଲଂଘନ ହେବାର ସମ୍ଭାବିତ ଆଶାକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications