ସେପ୍ଟେମ୍ବର 28 ତାରିଖ ସରକାରୀ ଛୁଟି ଘୋଷଣା
ଭୁବନେଶ୍ୱର: ସେପ୍ଟେମ୍ବର 28 ତାରିଖ ସରକାରୀ ଛୁଟି । ଏ ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । 'ପ୍ରୋଫେଟ ମହମ୍ମଦଙ୍କ ଜୟନ୍ତୀ' ଅବସରରେ ସରକାରଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି ।

29 ତାରିଖ ଶୁକ୍ରବାର ବଦଳରେ 28 ତାରିଖ ଗୁରୁବାର ପାଇଁ ଏହି ଛୁଟି ଘୋଷଣା କରାଯାଇଛି । ତେଣୁ ଗୁରୁବାର ଦିନ ରାଜ୍ୟର ସରକାରୀ ଅଫିସ, ରାଜସ୍ୱ ଓ ଅଦାଲତୀ କୋର୍ଟ (କାର୍ଯ୍ୟନିର୍ବାହୀ) ବନ୍ଦ ରହିବ । ଏନେଇ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।












Click it and Unblock the Notifications