Odisha Cold: ରାଜ୍ୟରେ ଆଜିଠାରୁ କମିବ ଶୀତ
ରାଜ୍ୟର ପାହାଡ଼ିଆ ଏବଂ ସମତଳ ଅଞ୍ଚଳଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି। ପଶ୍ଚିମ, ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲାଗୁଡ଼ିକରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ରାତି ତାପମାତ୍ରା ୧୫ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିଛି। ଫଳସ୍ବରୂପ ଦକ୍ଷିଣ, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ଅପେକ୍ଷା ଉପକୂଳବର୍ତ୍ତୀ ଜିଲା ଗୁଡ଼ିକରେ ସାମାନ୍ୟ କମ ଶୀତ ଅନୁଭୂତ ହେଉଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆଜିଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବା ସମ୍ଭାବନା ରହିଛି।
ତେଣୁ ଶୀତ ପ୍ରକୋପରେ ସାମାନ୍ୟ ହ୍ରାସ ପାଇବାର ଆଶଙ୍କା ରହିଛି। ଘୁ.ଉଦୟଗିରିରେ ରାତି ତାପମାତ୍ରା ୫.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୮.୫ଡିଗ୍ରୀ, ଭବାନୀପାଟଣାରେ ୯.୮, କୋରାପୁଟରେ ୧୦, ସେମିଳିଗୁଡ଼ାରେ ୮.୧, ଚିପିଲିମାରେ ୧୦.୪, ଅନୁଗୋଳରେ ୯.୬, ଝାରସୁଗୁଡ଼ାରେ ୯.୨, ରାଉରକେଲାରେ ୧୦.୧, କିରେଇରେ ୧୦.୬, କେନ୍ଦୁଝରରେ ୧୧.୮, ଭୁବନେଶ୍ବରରେ ୧୪.୩ ଏବଂ କଟକରେ ୧୩.୬ଡିଗ୍ରୀ ରହିଛି। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୪ଦିନ ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ପରବର୍ତ୍ତୀ ସମୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ। କିଛି ଅଞ୍ଚଳରେ ଶୀତ ପ୍ରକୋପ କମିବ।













Click it and Unblock the Notifications