Get Updates
Get notified of breaking news, exclusive insights, and must-see stories!

ଜଗତସିଂହପୁରରେ ଲେଖାଯିବ ଶିଳ୍ପାୟନର ନୂଆ ଅଧ୍ୟାୟ, ଜେଏସଡବ୍ଲ୍ୟୁ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଜଗତସିଂହପୁର: ଶିଳ୍ପ କ୍ଷେତ୍ରରେ ଆଉ ଏକ ପାହାଚ ଚଢିବ ଓଡ଼ିଶା । ଜଗତସିଂହପୁରରେ ଲେଖାଯିବ ଶିଳ୍ପାୟନର ନୂଆ ଅଧ୍ୟାୟ । ଏ ନେଇ ଆଜି ଜଗତସିଂହପୁର ଢିଙ୍କିଆ ଚାରିଦେଶରେ ମୂଳଦୁଆ ପଡ଼ିଛି । ଜେଏସଡବ୍ଲ୍ୟୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇସ୍ପାତ ପ୍ରକଳ୍ପ ସହିତ ନିଜସ୍ୱ ଜେଟିର ଭୂମିପୂଜନ ଓ ଭିତ୍ତିପ୍ରସ୍ତରର ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Naveen Patnaik

ଏହାସହ ରିନ୍ଯୁ ଇ-ଫୁଏଲ ଗ୍ରୀନ ଆମୋନିଆ ଓ ସିଲକ୍ସ କେମିକାଲ ମାନ୍ଯୁଫାକଚରିଂ ପ୍ଲାଣ୍ଟର ଶିଳାନ୍ଯାସ କରିଛନ୍ତି ମୁଖ୍ଯମନ୍ତ୍ରୀ । ଏହି ସବୁ ପ୍ରକଳ୍ପରେ 90 ହଜାର କୋଟିର ନିବେଶ ହେବ । ଫଳରେ 35 ହଜାର ଯୁବକଯୁବତୀଙ୍କୁ ମିଳିବ ନିଯୁକ୍ତି ।

ଏହି ଅବସରରେ ଉଦବୋଧନ ଦେଇ ଆଜିର ଏହି ସବୁ ପ୍ରକଳ୍ପ ଲାଗି ମୁଖ୍ୟମନ୍ତ୍ରୀ କମ୍ପାନୀଗୁଡିକୁ ଧନ୍ୟବାଦ ଜଣାଇଛନ୍ତି । ନିରନ୍ତର ସହାୟତା ଓ ସହଯୋଗ ଲାଗି ଜେଏସଡବ୍ଲ୍ୟୁ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲଙ୍କୁ ସ୍ୱତନ୍ତ୍ର ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜଣେ ଭଲ ସହଯୋଗୀ ଭାବେ ଜେଏସଡବ୍ଲ୍ୟୁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରି ରାଜ୍ଯକୁ ଦେଶରେ ଏକ ଇଣ୍ଡଷ୍ଟ୍ରିଆଲ ପାୱାରହାଉସ ଭାବେ ପରିଚିତି କରାଇପାରିଛି ।

ବିକାଶ ଆଜି ଓଡ଼ିଶାର ପରିଚୟ ହୋଇଛି । ଶିଳ୍ପ ଭିତ୍ତିଭୂମି, ଶିକ୍ଷା, ସ୍ବାସ୍ଥ୍ୟ, ସବୁ କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି । 5T ଉପକ୍ରମରେ ଓଡ଼ିଶାର ବିକାଶଧାରା ଆହୁରି ଉଜ୍ଜ୍ୱଳ ହେଉଛି । ସାଧାରଣ ଲୋକ, ଚାଷୀ, ମାଆ, ଯୁବକମାନେ ବିକାଶର ଅଂଶ ପାଲଟିଛନ୍ତି । ସହଯୋଗ ପାଇଁ ଜଗତସିଂହପୁରକୁ ଧନ୍ୟବାଦ ଜଣାଇବା ସହ ଏହି ସବୁ ପ୍ରକଳ୍ପ ଦ୍ୱାରା ଏଠିକାର ସବୁ ପରିବାର ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି ।

ଉଦବୋଧନ ଆରମ୍ଭରୁ ଜଗତସିଂହପୁର ସହ ବିଜୁ ବାବୁଙ୍କ ସଂପର୍କ ବିଷୟରେ ଆଲୋକପାତ କରିଥିଲେ ମୁଖ୍ୟମନ୍ତ୍ରୀ । ଜଗତସିଂହପୁର ଆସିଲେ ବିଜୁ ବାବୁଙ୍କ କଥା ମନକୁ ଆସିଥାଏ । 60 ଦଶକ ଆରମ୍ଭରେ ବିଜୁ ବାବୁ ଏକ ଡାଇନାମିକ ନିଷ୍ପତ୍ତି ନେଇ ପାରଦୀପରେ ବନ୍ଦର ପ୍ରତିଷ୍ଠା କରିଥିଲେ । ଯାହା ଆଜି ବିକାଶର ଇତିହାସରେ ଏକ ମାଇଲଖୁଣ୍ଟ ହେବା ସହ ପୂର୍ବାଞ୍ଚଳରେ ଏକ ଟପ ଡେଷ୍ଟିନେସନର ମାନ୍ୟତା ହାସଲ କରିପାରିଛି । ବନ୍ଦର ନଗରୀ ଭାବେ ସୁନାମ ଅର୍ଜୁଛି ବୋଲି କହି ଗର୍ବିତ ମନେ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+