Get Updates
Get notified of breaking news, exclusive insights, and must-see stories!

ଚିକିତ୍ସାରେ ବାଧକ ସାଜିବନି ଅର୍ଥ, ଆଜି ଶୁଭାରମ୍ଭ ହେବ BSKY ନବୀନ କାର୍ଡ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଉତ୍ତମ ଓ ଗୁଣବତ୍ତା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ବଦ୍ଧପରିକର ରାଜ୍ୟ ସରକାର । ଏ ନେଇ ନବୀନ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଛନ୍ତି । ଏଥି ମଧ୍ୟରେ ଏହି ସେବାର ଲାଭ ଅଧିକ ଲୋକଙ୍କୁ ଦେବା ଲାଗି BSKY ନବୀନ କାର୍ଡ ଆରମ୍ଭ କରୁଛନ୍ତି ରାଜ୍ୟ ସରକାର ।

BSKY Nabin Card

ଏହି କ୍ରମରେ BSKY ନବୀନ କାର୍ଡ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର ଓ ଖୋର୍ଦ୍ଧା ଜିଲ୍ଲାରେ ବିଏସକେୱାଇର ତୃତୀୟ ପର୍ଯ୍ୟାୟ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ପର୍ଯ୍ୟାୟକ୍ରମେ ଏହା ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ବଞ୍ଚିତ ହୋଇଥିବା ଗାଁ ଗହଳିର ଲୋକଙ୍କୁ ଏହି ପର୍ଯ୍ୟାୟରେ ଜଟିଳ ରୋଗ ପାଇଁ ଘରୋଇ ହସ୍ପିଟାଲଗୁଡ଼ିକରେ କ୍ୟାସଲେସ୍ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ସରକାରୀ କର୍ମଚାରୀ ଓ ଆୟକରଦାତାଙ୍କ ବ୍ୟତୀତ ଗାଁରେ ବିଏସକେୱାଇରୁ ବଞ୍ଚିତ ସବୁ ପରିବାର ବିଏସକେୱାଇ ନବୀନ କାର୍ଡ ପାଇବେ । ସେମାନେ ଉଭୟ ରାଜ୍ୟ ଭିତରେ ଓ ବାହାରେ ସବୁ ପଞ୍ଜିକୃତ ଘରୋଇ ହସ୍ପିଟାଲରେ ନିର୍ଦ୍ଧାରିତ ଜଟିଳ ରୋଗଗୁଡିକର ମାଗଣା ଚିକିତ୍ସା ସୁବିଧା ପାଇବେ ।
ତୃତୀୟ ପର୍ଯ୍ୟାୟ ସଂପ୍ରସାରଣରେ ରାଜ୍ୟର 1 କୋଟି 10 ଲକ୍ଷରୁ ଅଧିକ ପରିବାର ସାମିଲ ହେବାକୁ ଯାଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+