Get Updates
Get notified of breaking news, exclusive insights, and must-see stories!

ବିଶ୍ୱ ଦରବାରରେ ମହକୁଛି ମାଣ୍ଡିଆ, ଆଜି ପାଳନ ହେଉଛି ମାଣ୍ଡିଆ ଦିବସ

ଭୁବନେଶ୍ୱର: ଓଡ଼ିଶା ପାଳୁଛି ମାଣ୍ଡିଆ ଦିବସ । ରାଜ୍ୟ, ଦେଶ ତଥା ବିଦେଶରେ ମାଣ୍ଡିଆର ବହୁଳ ପ୍ରଚାର ପ୍ରସାର ସହ ଏହାର ଉପକାରିତା ବିଷୟରେ ସାରା ବିଶ୍ୱରେ ମାଣ୍ଡିଆକୁ ମିଳିଛି ସ୍ୱତନ୍ତ୍ର ପରିଚୟ । ପ୍ରତିବର୍ଷ ନଭେମ୍ବର 10 ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି । ଦେଶର ପ୍ରଥମ ରାଜ୍ୟଭାବେ ଓଡ଼ିଶା ମାଣ୍ଡିଆ ଦିବସ ପାଳନ କରୁଛି ।

Millet Day

ପୋଷକ ତତ୍ତ୍ବରେ ଭରପୁର ରହିଛି ମାଣ୍ଡିଆ । ମାଣ୍ଡିଆକୁ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚାଇବା ସହ ପୂରା ବିଶ୍ବରେ ଏହାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ମାଣ୍ଡିଆ ଦିବସ ପାଳନ କରୁଛି ଓଡ଼ିଶା । 7 ଟି ଜିଲ୍ଲାରୁ ଆରମ୍ଭ ହୋଇଥିବା ମିଲେଟ ମିଶନ ଏବେ 30 ଜିଲ୍ଲାର 177 ବ୍ଲକରେ କାର୍ଯ୍ୟକାରୀ ହେଉଛି ।

ଏହା ସହ ମାଣ୍ଡିଆ ଚାଷ ପାଇଁ ଚାଷୀଙ୍କୁ ସ୍ୱତନ୍ତ୍ର ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର । 15 ଟି ଜିଲ୍ଲାରେ ରାସନରେ ମାଣ୍ଡିଆ ପ୍ରଦାନ କରାଯାଉଛି । ଏହାସହ ପ୍ରତି ଖାଦ୍ୟ ଥାଳିରେ ମାଣ୍ଡିଆକୁ ସାମିଲ କରିବା ପାଇଁ ସ୍କୁଲର ମଧ୍ୟାହ୍ନଭୋଜନ, ଡାକ୍ତରଖାନା କ୍ୟାଣ୍ଟିନ, ସରକାରୀ କାର୍ଯ୍ୟାଳୟ ଓ ବୈଠକ, ହୋଟେଲ ମାନଙ୍କରେ ମାଣ୍ଡିଆକୁ ସାମିଲ କରାଯାଉଛି । ପୋଷକତତ୍ତ୍ବରେ ଭରା ମାଣ୍ଡିଆର ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଶା ପ୍ରଥମ ରାଜ୍ୟଭାବେ ଅନ୍ତର୍ଜାତୀୟ ପୃଷ୍ଟିଶସ୍ୟ ସମ୍ମିଳନୀ ଆୟୋଜନ କରି ପୂରା ବିଶ୍ବର ଦୃଷ୍ଟି ଆକର୍ଷଣ କରୁଛି ।

ଏଥି ମଧ୍ୟରେ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀର ଆଜି ରହିଛି ଦ୍ୱିତୀୟ ଦିନ । ଆଜିର ଦିନରେ ସମ୍ମିଳନୀରେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି ।ମାଣ୍ଡିଆ କିଭଳି ଏସଏଚଜି ଏସଏମଇରେ ରୂପାନ୍ତରିତ ହେବାରେ ଉପଯୋଗୀ ହୋଇଛି ସେନେଇ ଆଲୋଚନା କରାଯିବ । ରାଉଣ୍ଡଟେବୁଲ ବୈଠକରେ ମାଣ୍ଡିଆକୁ ବିଶ୍ବରେ ପହଞ୍ଚାଇବାକୁ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରାଯିବ । ସେହିପରି ମାଣ୍ଡିଆକୁ ନେଇ କିପରି ଷ୍ଟାର୍ଟଅପ କରାଯାଇପାରିବ ସେନେଇ ମାନସମନ୍ଥନ କରାଯିବ । ପରିଶେଷରେ ମାଣ୍ଡିଆ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

2017 ମସିହାରେ ଓଡ଼ିଶାରେ ମିଲେଟ ମିଶନ ଆରମ୍ଭ କରାଯାଇଥିଲା । 2023 କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବେ ପାଳନ କରାଯାଉଛି ।

ମିଲେଟ୍ ଜାତୀୟ ଖାଦ୍ୟ ସାମଗ୍ରୀର ପ୍ରଚାର ପ୍ରସାର ପାଇଁ ମିଶନ୍ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଯାହାକି ଦେଶରେ ପ୍ରଥମ । ମିଲେଟ୍ ଚାଷକୁ ପ୍ରୋତ୍ସାହିତ କରିବା ଦିଗରେ ଓଡ଼ିଶା ମିଲେଟ୍ ମିଶନ୍ ଦ୍ୱାରା ନିଆ ଯାଇଥିବ ପଦକ୍ଷେପକୁ ସର୍ବୋତ୍ତମ ମଡେଲ ମଧ୍ୟରୁ ଗୋଟିଏ ଭାବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+