ସୋମବାର ଶପଥ ନେବେ ନବୀନଙ୍କ ନୂଆ ଟିମ୍ ! କିଏ ରହିବେ ନୂଆ ଚେହେରା

Naveen patnaik

ଭୁବନେଶ୍ୱର: ଗତ କିଛି ଦିନ ପୂର୍ବେ ହଠାତ୍ ଦୁଇ ମନ୍ତ୍ରୀ ଓ ବାଚସ୍ପତିଙ୍କ ଇସ୍ତଫା ପରେ ରାଜ୍ୟର ନୂଆ ମନ୍ତ୍ରିମଣ୍ଡଳ ନେଇ ରାଜ୍ୟରେ କଳ୍ପନାଜଳ୍ପନା ଲାଗି ରହିଥିଲା । ବର୍ତ୍ତମାନ ଏଥିରେ ଯବନୀକା ପଡ଼ିଛି । ସୋମବାର ନୂଆ ଟିମ୍ ଗଢିବେ ନବୀନ । ଏହା ପରେ ପୂର୍ବାହ୍ନ 9.30 ରେ ଶପଥ ନେବ ନୂଆ ମନ୍ତ୍ରିମଣ୍ଡଳ । ଲୋକସେବା ଭବନରେ ଏହି ଶପଥ ଗ୍ରହଣ ସମାରୋହ ହେବ ।

ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ନୂଆ ମନ୍ତ୍ରୀମାନଙ୍କୁ ଗୋପନୀୟତାର ଶପଥ ପାଠ କରାଇବେ । କିନ୍ତୁ ନବୀନଙ୍କ ନୂଆ ଟିମରେ କିଏ ନୂଆ ଚେହେରା ରହିବେ ସେ ନେଇ ଏଯାଏଁ କିଛି ସ୍ପଷ୍ଟ ହୋଇନାହିଁ ।

ଆପଣଙ୍କୁ କହି ରଖୁଛୁ ନିକଟରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସହ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହାଛଡ଼ା ନବ ଦାସଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପଦ ମଧ୍ୟ ଖାଲି ପଡ଼ିଛି । ତେବେ ତିନୋଟି ମନ୍ତ୍ରୀ ପଦ ଖାଲି ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ କେତେ ଜଣଙ୍କୁ ନିଜ ଟିମରେ ନେଉଛନ୍ତି ତାହା ଜଣାପଡ଼ିନାହିଁ ।

ବର୍ତ୍ତମାନ ଖାଲିପଡ଼ିଥିବା ସ୍ୱାସ୍ଥ୍ୟ ବିବାଗର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରି । ସେହିପରି ଗଣଶିକ୍ଷା ଓ ଶ୍ରମ ବିଭାଗର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ମନ୍ତ୍ରିମଣ୍ଡଳର ଶପଥଗ୍ରହଣ ପରେ କିଛି ବିଭାଗରେ ଅଦଳବଦଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସେହିଭଳି ବିଧାନସଭାର ନୂଆ ବାଚସ୍ପତି ପଦ ପାଇଁ ନବୀନ କାହା ମୁଣ୍ଡରେ ସୁନା କଳଶ ଢ଼ାଳିବେ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+