ପ୍ରତିଷ୍ଠା ହେବ 237 ଆଦର୍ଶ ବିଦ୍ୟାଳୟ ହଷ୍ଟେଲ, ତୃତୀୟ ଲିଙ୍ଗୀ ସନ୍ତାନକୁ ମିଳିବ ପରିବାର ପେନସନ୍- ରାଜ୍ୟ କ୍ୟାବିନେଟର ମୋହର
ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଥିବା ପ୍ରସ୍ତାବ ଅନୁସାରେ, ଭୁବନେଶ୍ୱରରେ ଜଳଯୋଗାଣ ପାଇଁ ପ୍ରତିଷ୍ଠା ହେବ ଟ୍ରିଟମେଣ୍ଟ ପ୍ଲାଣ୍ଟ । ଏମଏସଏମଇ ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ସଂଶୋଧନ ହେବ ।

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ ରେ 15 ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରୋ ମୋହର ଲଗାଇଛି କ୍ୟାବିନେଟ୍ । ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି ।
ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଥିବା ପ୍ରସ୍ତାବ ଅନୁସାରେ, ଭୁବନେଶ୍ୱରରେ ଜଳଯୋଗାଣ ପାଇଁ ପ୍ରତିଷ୍ଠା ହେବ ଟ୍ରିଟମେଣ୍ଟ ପ୍ଲାଣ୍ଟ । ଏମଏସଏମଇ ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ସଂଶୋଧନ ହେବ । ଏମ୍ଏସ୍ଏମ୍ଇ ଉନ୍ନୟନ ନୀତି ୨୦୧୬ରେ ସଂଶୋଧନ ହେବ । ତୃତୀୟ ଲିଙ୍ଗୀ ସନ୍ତାନକୁ ମିଳିବ ପରିବାର ପେନ୍ସନ୍ । ଜେଲରେ କଏଦୀଙ୍କ ମୃତ୍ୟୁ ହେଲେ ସମ୍ପର୍କୀୟଙ୍କୁ ମିଳିବ କ୍ଷତିପୂରଣ । ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ପାଇଁ 100 ଆସନ ବିଶିଷ୍ଟ 237 ଟି ହଷ୍ଟେଲ ପ୍ରତିଷ୍ଠା ହେବ । ଏସ୍ଭିକେଏମ୍ ବିଶ୍ୱବିଦ୍ୟାଳୟ ପାଇଁ ଜଟଣୀରେ ସରକାର ଜମି ଯୋଗାଇବେ । ରାଜ୍ୟ ସରକାର ବିମାନ ଇନ୍ଧନରେ ଭାଟ୍କୁ 1 ପ୍ରତିଶତକୁ ହ୍ରାସ କରିଛନ୍ତି । ଫଳରେ ବିମାନ, ହେଲିକପ୍ଟର, ସିପ୍ଲେନ, ରାଜ୍ୟ ଭିତରେ ଥିବା ଯେକୌଣସି ଜାଗାକୁ ଉଡ଼ିବା ଖର୍ଚ୍ଚ କମିବ । ସମ୍ବଲପୁରରେ ତ୍ରିଲୋଚନ ନେତ୍ରାଳୟ ପାଇଁ 5 ଏକର ଜମି ଦେବା ପ୍ରସ୍ତାବକୁ ମିଳିଛି ଅନୁମୋଦନ ।
ସେହିପରି ଗଣଶିକ୍ଷା ବିଭାଗରେ ଛୁଟି ବା ଟ୍ରେନିଂରେ ଯିବା ପରେ ଖାଲି ପଡୁଥିବା ପଦବୀ ପୂରଣ ଲାଗି ଲିଭ ଆଣ୍ଡ ଟ୍ରେନିଂ ରିଜର୍ଭ ପୋଷ୍ଟ ତିଆରି ହୋଇଛି । ଜଟଣୀରେ ଶ୍ରୀ ଭିଲେ ପାର୍ଲେ କେଲାବାଣୀ ମଣ୍ଡଳ ବିଶ୍ୱବିଦ୍ୟାଳୟ ରାଜ୍ୟ ସରକାର ଜମି ଯୋଗାଇବେ । ଜଳ ସମ୍ପଦ ବିଭାଗର ଡ୍ରେନେଜ ଉନ୍ନତିକରଣ ଯୋଜନାକୁ ଅନୁମୋଦନ ମିଳିଛି । ବିଭାଗର ଏହି ନୂଆ ଯୋଜନା ଲାଗି କ୍ୟାବିନେଟରେ ଅର୍ଥ ମଧ୍ୟ ବ୍ୟୟବରାଦ ହୋଇଛି । ଡ୍ରିମସ୍ ବିଶ୍ୱବିଦ୍ୟାଳୟ 2022 ବିଲରେ ସଂଶୋଧନ ପ୍ରସ୍ତାବକୁ ବି ମିଳିଛି ଅନୁମୋଦନ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications