Get Updates
Get notified of breaking news, exclusive insights, and must-see stories!

ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘ଆମ ଓଡ଼ିଶା, ନବୀନ ଓଡ଼ିଶା', ପଞ୍ଚାୟତକୁ ମିଳିବ 50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ

ଭୁବନେଶ୍ୱର: ରାଜ୍ୟର ପଞ୍ଚାୟତ ସ୍ତରରେ ବିକାଶକୁ ନଜରରେ ରଖି ନୂଆ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ କ୍ୟାବିନେଟରେ ଅଧ୍ୟକ୍ଷତା କରି 'ଆମ ଓଡ଼ିଶା, ନବୀନ ଓଡ଼ିଶା' ଯୋଜନାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ପ୍ରତି ପଞ୍ଚାୟତକୁ ମିଳିବ ସ୍ୱତନ୍ତ୍ର ଅନୁଦାନ । ଯୋଜନା କାର୍ଯ୍ୟକାରିତା ପାଇଁ ଗାଇଡଲାଇନକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍ ।

Naveen Patnaik

ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଆର୍ଥିକ ବର୍ଷ 2023-24 ରେ ଏହି ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ପାଇଁ 4 ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପ୍ରତ୍ୟେକ ଗ୍ରାମପଞ୍ଚାୟତ 50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇବେ ।

ପଞ୍ଚାୟତୱାରୀ ପ୍ରକଳ୍ପ ତାଲିକା ବ୍ଲକ ସ୍ତରରୁ ପ୍ରସ୍ତାବିତ ହୋଇ ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦ ସଭାପତିଙ୍କର ଦସ୍ତଖତ ସହିତ ସରକାରଙ୍କ ଅନୁମୋଦନ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗକୁ ପଠାଯିବ । ସେହିପରି ବିଦ୍ୟୁତ ବିତରଣ ଭିତ୍ତିଭୂମି ସୁଦୃଢ ସହ ପୁରୁଣା ଓ କ୍ଷତିଗ୍ରସ୍ତ ବିଦ୍ୟୁତ ତାର ପରିବର୍ତ୍ତନ, ନୂତନ 33 କେଭି ଓ 11 କେଭି ଲାଇନ ନିର୍ମାଣ ପାଇଁ 3843 କୋଟି ଟଙ୍କାର ବ୍ୟୟବରାଦକୁ ମଞ୍ଜୁରୀ ଦିଆଯାଇଛି ।

ଏହା ସହିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ମାଗଣା ଜମି ପ୍ରଦାନକୁ ଅନୁମୋଦନ ମିଳିଛି । ବିଶ୍ୱବିଦ୍ୟାଳୟକୁ ମିଳିବ 8.693 ଏକର ଜମି । ଲମତାପୁଟ ଡିଗ୍ରୀ କଲେଜକୁ ମିଳିବ 5 ଏକର ଜମି । ଏଥିପାଇଁ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି ।

କେନ୍ଦ୍ରାପଡ଼ାର ଖରସ୍ରୋତାରେ ନୂଆବଜାର ଓ ବାଲିତରା ଘାଟ ମଧ୍ୟରେ ହେବାକୁ ଥିବା ପୋଲକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦିଆଯାଇଛି । ଏଥିପାଇଁ ଖର୍ଚ୍ଚ ହେବାକୁ ଥିବା 97 କୋଟି 24 ଲକ୍ଷ ଟଙ୍କା ବ୍ୟୟବରାଦକୁ ମଞ୍ଜୁରୀ ମିଳିଛି ।

ଏପରିକି ଅଷ୍ଟମ ଅନୁଚ୍ଛେଦରେ କୁଇ ଭାଷାକୁ ସାମିଲ କରିବା ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ଏଥିପାଇଁ କେନ୍ଦ୍ରକୁ ଚିଠି ଲେଖିବ ରାଜ୍ୟ । ଏହା କୁଇ ଭାଷା ସଂରକ୍ଷଣ, ବିକାଶ ଓ ପ୍ରସାରଣ ସହ ଗବେଷଣା ଓ ଅଧ୍ୟୟନ ନିମନ୍ତେ ବ୍ୟାପକ କ୍ଷେତ୍ର ପ୍ରସ୍ତୁତି ହେବ । ଏହି ନିଷ୍ପତ୍ତିରେ 7 ଲକ୍ଷରୁ ଅଧିକ କୁଇ ଭାଷାଭାଷୀ ଜନଜାତି ଉପକୃତ ହେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+