ନିୟମିତ ହେଲେ 504 ଅଙ୍ଗନୱାଡ଼ି ସୁପରଭାଇଜର, 8 ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍
ଭୁବନେଶ୍ୱର: ବଡ଼ ନିଷ୍ପତ୍ତି ନେଇଛି ରାଜ୍ୟ କ୍ୟାବିନେଟ୍ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ 8 ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଏଥିସହ 504 ଅଙ୍ଗନୱାଡ଼ି ସୁପରଭାଇଜର ନିୟମିତ ହୋଇଛନ୍ତି । ଗାଁ ଓ ଆଦିବାସୀ ଅଞ୍ଚଳର ଶିକ୍ଷିତ ମହିଳାମାନେ କାମ କରିବେ । ସେହିପରି ସ୍ୱାସ୍ଥ୍ୟ ବିଭାଗର 6 ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । 6 ପାରା ମେଡିକାଲ କ୍ୟାଡର ରୁଲର ପରିବର୍ତ୍ତନ ହୋଇଛି । ନର୍ସିଂ ଅଫିସର, ଲାବ ଟେକ୍ନିସିଆନଙ୍କ ପଦୋନ୍ନତିକୁ ନେଇ ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟ କ୍ୟାବିନେଟର ଆଜିର ବୈଠକରେ ସ୍ୱାସ୍ଥ୍ୟ ବିଭାଗର 6 ଟି ପ୍ରସ୍ତାବ, ଜଳସମ୍ପଦ, ମହିଳା ଓ ଶିଶୁ ବିକାଶ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବକୁ ମଞ୍ଜୁର କରିଛି ।
ଚୁକ୍ତିଭିତ୍ତିକ ସୁପରଭାଇଜର ସଂଘ ଜରିଆରେ ମିଳିଥିବା ଦାବିପତ୍ର ଓ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିଙ୍କୁ ଦେଇଥିବା ଆବେଦନକୁ ଦୃଷ୍ଟିରେ ରଖି ସେମାନଙ୍କ ଚାକିରିକୁ ନିୟମିତ କରିବା ପାଇଁ ବିଚାର ହୋଇଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ 18.51 କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ହେବ ।
ସେହିପରି ଓଡ଼ିଶା ନର୍ସିଂ ସେବା କ୍ୟାଡ଼ରର ପୁନର୍ଗଠନ ଓ ଓନିଶା ନର୍ସିଂ ସେବା ଚୟନ ପ୍ରକ୍ରିୟା ଓ ଚାକିରି ସର୍ତ୍ତାବଳୀ-2019 ର ପୁନଃ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଭାରତୀୟ ନର୍ସିଂ ପରିଷଦର ନିୟମାବଳୀ ଓ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି ଭାରତୀୟ ଜନସ୍ୱାସ୍ଥ୍ୟ ପରିମାପକ ସଂଶୋଧିତ ନିୟମାବଳୀ-2022 ଅନୁସାରେ ରାଜ୍ୟ ସରକାର ଅନୁରୂପ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ । ନର୍ସିଂ ଅଧିକାରୀମାନଙ୍କ ଉପଯୁକ୍ତ ବୃତ୍ତିଗତ ପ୍ରୋତ୍ସାହନ ପାଇଁ ଓଡ଼ିଶା ନର୍ସିଂ ସେବା କ୍ୟାଡ଼ରର ପୁନର୍ଗଠନ ପ୍ରସ୍ତାବକୁ ସାଧାରଣ ପ୍ରଶାସନ ଓ ଅର୍ଥ ବିଭାଗ ଦ୍ୱାରା ମଧ୍ୟ ମଞ୍ଜୁରୀ ମିଳିଛି ।
ଓଡ଼ିଶା ନର୍ସିଂ ସେବା କ୍ୟାଡ଼ରରେ ଏବେ ଅତିରିକ୍ତ 399 ଟି ନୂଆ ପଦବୀ ସୃଷ୍ଟି ହୋଇଛି । ଏବେ ଓଡ଼ିଶା ନର୍ସିଂ ସେବା କ୍ୟାଡ଼ରରେ ମୋଟ 28 ହଜାର 285 ଟି ମୂଳ ପଦବୀ ରହିଛି । ସେଥିରୁ 11 ହଜାର 943 ଟି ପଦବୀକୁ ଉଚ୍ଛେଦ କରି ନୂତନ ଭାବେ 7 ହଜାର 997 ଟି ବରିଷ୍ଠ ନର୍ସିଂ ଅଧିକାରୀ ପଦବୀ ସୃଷ୍ଟି ଓ ଆନୁପାତିକ ଭାବେ ପଦୋନ୍ନତିଭିତ୍ତିକ ପଦବୀରେ ବୃଦ୍ଧି କରାଯାଇ ମୋଟ ପଦବୀ ସଂଖ୍ୟା 28 ହଜାର 684 କରାଯାଇଛି । ନର୍ସିଂ ଅଧିକାରୀଙ୍କଠୁ ଆରମ୍ଭ କରି ସହାୟକ ନର୍ସିଂ ଅଧିକ୍ଷକଙ୍କ ପର୍ଯ୍ୟନ୍ତ ବରିଷ୍ଠତା ତାଲିକା, ନର୍ସିଂ ନିର୍ଦ୍ଦେଶକସ୍ତରରେ ଓ ତଦୁର୍ଦ୍ଧ୍ୱ ଅଧିକାରୀଙ୍କ ବରିଷ୍ଠତା ତାଲିକା ପ୍ରଶାସନିକ ବିଭାଗସ୍ତରରେ ପ୍ରସ୍ତୁତ କରାଯିବ । ଏହି ବିଭିନ୍ନ ଉଚ୍ଚପଦବୀକୁ ପଦୋନ୍ନତି ପାଇଁ ପୂର୍ବରୁ ଥିବା ସର୍ବନିମ୍ନ ବୟସସୀମାକୁ ହ୍ରାସ କରାଯାଇଛି । ଏହି ପୁନର୍ଗଠନ ଦ୍ୱାରା ରାଜ୍ୟ ସରକାର 245 କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ କରିବେ ।
ସେହିପରି ଓଡ଼ିଶାରେ ରାଜ୍ୟ ଜଳସୂଚନା ବିଜ୍ଞାନ କେନ୍ଦ୍ର ସ୍ଥାପନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଜଳ-ପାଣିପାଗ ତଥ୍ୟର ଏକ ବିସ୍ତୃତ ଭଣ୍ଡାର ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଜଳସୂଚନା ବିଜ୍ଞାନ କେନ୍ଦ୍ର କାର୍ଯ୍ୟ କରିବ । ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗ ଅଧୀନରେ ଜଳସୂଚନା ବିଜ୍ଞାନ କେନ୍ଦ୍ରରେ ଜଳସମ୍ପଦ ପରିଚାଳନା, ତଥ୍ୟ ପରିଚାଳନା ଓ ଆଇଟି କ୍ଷେତ୍ରରେ ଜ୍ଞାନ ଥିବା ଦକ୍ଷ ଟିମ୍ ରହିବେ, ଯେଉଁମାନେ କି ନିଜ ସଂସ୍ଥାରୁ ନିୟୋଜିତ ରହିବେ କିମ୍ବା ବାହ୍ୟ ସଂସ୍ଥାରୁ ଆଉଟସୋର୍ସିଂ ଭାବେ କାର୍ଯ୍ୟ କରିବେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜଳ-ପାଣିପାଗ ବିଜ୍ଞାନ ତଥ୍ୟ ଆଦାନପ୍ରଦାନକୁ ସୁଗମ କରିବା ପାଇଁ ରାଜ୍ୟ ଜଳସୂଚନା ବିଜ୍ଞାନ କେନ୍ଦ୍ର, ଜାତୀୟ ଜଳସୂଚନା ବିଜ୍ଞାନ କେନ୍ଦ୍ର ସହିତ ନିରବଚ୍ଛିନ୍ନ ସହଯୋଗ କରିବ ।
-
ହୋଲିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ -
ପୁଣି ଥରେ ଭାରତକୁ ସାହାଯ୍ୟର ହାତ ବଢାଇଛି ଋଷିଆ, ସାରା ବିଶ୍ବରେ.... -
ବୁଡ଼ିଗଲା ଇରାନର ଯୁଦ୍ଧ ଜାହାଜ, 101 ଜଣ ନିଖୋଜ -
ଇରାନୀ ବିମାନକୁ ଗୁଳି କରି ଖସାଇଲା ଇସ୍ରାଏଲ -
ଇରାନର ମିସାଇଲ୍ ମାଡ଼ରେ ଆମେରିକାର ଯବାନ ନିହତ -
ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ -
ବିଜୟ ମହାପାତ୍ରଙ୍କ ଘରେ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟ -
ପ୍ରଧାନମନ୍ତ୍ରୀ ମୋଦୀ ଚାଲିଯିବା ପରେ ଅପରେସନ;ଇସ୍ରାଏଲ ରାଷ୍ଟ୍ରଦୂତ -
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ଆଫଗାନିସ୍ତାନ - ପାକିସ୍ତାନ ମୁହାଁମୁହିଁ ; ୧୫୦ ସୈନ୍ୟଙ୍କୁ ମାରିଲା ଆଫଗାନିସ୍ତାନ, ୪୦ ପୋଷ୍ଟ୍ ଉପରେ କବଜା -
ଆମେରିକା ଓ ଇସ୍ରାଏଲ ସହିତ ଇରାନର ତୀବ୍ର ଯୁଦ୍ଧ ; ବଢୁଛି ତେଲ ଦର...ଅଶୋଧିତ ତେଲର ୧ ଡଲାର ବୃଦ୍ଧି -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା












Click it and Unblock the Notifications