ଏସଏଚଜି ମହିଳାଙ୍କ ୟୁନିଫର୍ମ ପାଇଁ ମିଳିବ 1 ହଜାର ଟଙ୍କା, 12 ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ 12 ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରିଛି । ରାଜ୍ୟର ପ୍ରତି SHG ସଦସ୍ୟାଙ୍କୁ ମିଳିବ 1 ହଜାର ଟଙ୍କା । ୟୁନିଫର୍ମ ବାବଦରେ 1 ହଜାର ଟଙ୍କା ଦେବେ ରାଜ୍ୟ ସରକାର । ରାଜ୍ୟର 70 ଲକ୍ଷ ସଦସ୍ୟାଙ୍କୁ 1 ହଜାର ଲେଖାଏଁ ମିଳିବ । SHG ଏଜିକ୍ୟୁଟିଭ୍ ମେମ୍ବର ମାନଙ୍କୁ ମିଳିବ ଆଉ 2 ହଜାର ଟଙ୍କା । ୟୁନିଫର୍ମ ସହ ବ୍ଲେଜର କିଣିବାକୁ ମୋଟ 3 ହଜାର ଟଙ୍କା ମିଳିବ ।

ବୁଣାକାରଙ୍କୁ ଅଧିକ ସହାୟତା ଦେବାକୁ ଯୋଜନା ଉପରେ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଏଣିକି 2 ହଜାରରୁ ଅଢ଼େଇ ହଜାର ସହାୟତା ପାଇବେ ବୁଣାକାର । ସେହିପରି ନୂଆ-ଓ ସ୍କଲାରସିପକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଛାତ୍ରୀମାନଙ୍କୁ 10 ହଜାର ଓ ଛାତ୍ରଙ୍କୁ 9 ହଜାର ଟଙ୍କା ମିଳିବ ।












Click it and Unblock the Notifications