ରାଜ୍ୟ କ୍ୟାବିନେଟ୍ ବୈଠକରେ 12 ପ୍ରସ୍ତାବରେ ବାଜିଲା ମୋହର
ରାଜ୍ୟ କ୍ୟାବିନେଟ୍ ବୈଠକରେ 12 ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ । ଏ ନେଇ ଗୁରୁବାର ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ ବୈଠକରେ 12 ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ । ଏ ନେଇ ଗୁରୁବାର ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କ୍ୟାବିନେଟ୍ ବୈଠକରେ 12 ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି । ରାଜସ୍ୱ, ପଞ୍ଚାୟତିରାଜ, ଗୃହ ଓ ନଗର ଉନ୍ନୟନ, ସମବାୟ ଆଦି ବିଭାଗର ପ୍ରସ୍ତାବ କୁ ମିଳିଛି ଅନୁମୋଦନ ।
ସରକାର ସହକାରୀ ସମବାୟ ନିବନ୍ଧକ କ୍ୟାଡର ପୁନର୍ଗଠନ ସହ ଯୋଗାଣ ବିଭାଗରେ ଘରୋଇ ଡିଲରଙ୍କ ପୁନଃନିଯୁକ୍ତିକୁ କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଛି । ମୟୂରଭଞ୍ଜ ଜିଲ୍ଲାରେ ଏକ ଗୋଶାଳାକୁ ରାଜ୍ୟ ସରକାର ମାଗଣା ଜମି ଯୋଗାଇ ଦେବା ନେଇ ହୋଇଛି ନିଷ୍ପତ୍ତି । ଗୋଶାଳର ଏହି ଜମି ପାଇଁ ଷ୍ଟାମ୍ପ ଡ୍ୟୁଟି ଛାଡ଼ କରାଯିବ ।
ଏହା ବ୍ୟତୀତ ନୟାଗଡ଼ରେ ବଲାଙ୍ଗୀର ପାର୍କ ନିର୍ମାଣ ସଂପର୍କିତ ଏକ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛି । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂପର୍କିତ ପ୍ରସ୍ତାବ, ଆପାର୍ଟମେଣ୍ଟ ଓନରସିପ୍ ବିଲ ସଂପର୍କିତ ଗୃହ ଓ ନଗର ଉନ୍ନୟନର ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି ।












Click it and Unblock the Notifications