Get Updates
Get notified of breaking news, exclusive insights, and must-see stories!

ବସ୍‌ ଧର୍ମଘଟ ନେଇ ବାହାରିବ କୁ ନିଷ୍କର୍ସ ? ପରିବହନ ମନ୍ତ୍ରୀଙ୍କ ବାସଭବନରେ ଚାଲିଛି ବୈଠକ

ଭୁବନେଶ୍ୱର: ଘରୋଇ ବସ୍ ଧର୍ମଘଟକୁ ନେଇ ଆସିପାରେ ବଡ଼ ନିଷ୍ପତ୍ତି । ବସ୍‌ ଧର୍ମଘଟକୁ ବନ୍ଦ କରିବା ପାଇଁ ଆରମ୍ଭ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ବାସଭବନରେ ଚାଲିଛି ବୈଠକ । ବୈଠକରେ ଘରୋଇ ବସ୍‌ ମାଲିକ ସଂଘର କର୍ମକର୍ତ୍ତା ଉପସ୍ଥିତ ଅଛନ୍ତି ।

bus strike

ସୂଚନାଥାଉକି, ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ବିରୋଧ କରି ରାଜ୍ୟବାପୀ ଧର୍ମଘଟ ଡାକରା ଦେଇଛି । ଗଡୁନି ଘରୋଇ ବସ୍ । ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଗଡୁନି ବସ୍ । ସରକାରଙ୍କଠୁ ଲିଖିତ ପ୍ରସ୍ତୁତି ନ ମିଳିବାରୁ ଆନ୍ଦୋଳନ କରୁଛି ।

ଘରୋଇ ବସ୍ ମାଲିକ ସଂଘ ସଫେଇ ରଖି କହିଛି, ଲକ୍ଷ୍ମୀ ଯୋଜନା ନେଇ ସରକାର ଘରୋଇ ବସ ମାଲିକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପାଳନ କରିନାହାନ୍ତି । ଲକ୍ଷ୍ମୀ ଯୋଜନାରେ ବସ ଚଳାଚଳ ଦର କମ ରହୁଛି । ସମାନ ସମୟରେ ଲକ୍ଷ୍ମୀ ଓ ଘରୋଇ ବସ ଚଳାଚଳ କରୁଛି । ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ ଗଡୁଛି । ଏହା ସରକାରଙ୍କ ପ୍ରତିଶ୍ରୁତିର ବିରୁଦ୍ଧାଚରଣ କରୁଛି ।

ପୂଜା ସମୟରେ ବସ୍ ଚଳାଚଳ ହେଉ ନଥିବାରୁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ତେଣୁ ଯଥାଶୀଘ୍ର ବସ୍ ଧର୍ମଘଟ ବନ୍ଦ କରିବା ନେଇ ଆଲୋଚନା ହୋଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+