ଆଜି ଆସିବ ଆର୍ଥିକ ବର୍ଷ 2023-24 ପାଇଁ ରାଜ୍ୟ ବଜେଟ୍, ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

ଆର୍ଥିକ ବର୍ଷ 2023-24 ପାଇଁ ଉପସ୍ଥାପନ ହେବ ବଜେଟ୍ । ବଜେଟ ଅଧିବେଶନର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ 2023-24 ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ।

Odisha Assembly

ଭୁବନେଶ୍ୱର : ଆଜି ବିଧାନସଭା ରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍‌ । ଆର୍ଥିକ ବର୍ଷ 2023-24 ପାଇଁ ଉପସ୍ଥାପନ ହେବ ବଜେଟ୍ । ବଜେଟ ଅଧିବେଶନର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ 2023-24 ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ନବୀନ ସରକାରଙ୍କ ପଞ୍ଚମ ପାଳିର ଏହା ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ । ବଜେଟର ଆକାର 2ଲକ୍ଷ 30 କୋଟି ଟଙ୍କା ଅତିକ୍ରମ କରିପାରେ ।

ଚଳିତ ବର୍ଷ ବଜେଟରେ ଭିତ୍ତିଭୂମି ବିକାଶ, ପୁଞ୍ଜିନିବେଶ ଉପରେ ସରକାର ଅଧିକ ଧ୍ୟାନ ଦେଇପାରନ୍ତି । ଏହାଛଡ଼ା ଆସନ୍ତାବର୍ଷ ନିର୍ବାଚନ ବର୍ଷ ଥିବାରୁ ବଜେଟକୁ ଲୋକାଭିମୁଖୀ କରିବା ନିମନ୍ତେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଭଳି ସାମାଜିକ କ୍ଷେତ୍ର ସହିତ ଶିଳ୍ପ କ୍ଷେତ୍ର ଉପରେ ଅଗ୍ରାଧିକାର ଦେବାର ଯଥେଷ୍ଟ ସମ୍ଭାବନା ରହିଛି । ମହିଳାଙ୍କ ରୋଜଗାର ବଢ଼ାଇ ସେମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ମିଶନ ଶକ୍ତି ବିଭାଗକୁ ଅଧିକ କ୍ରିୟାଶୀଳ କରିବା, ଶିକ୍ଷିତ ବେକାରଙ୍କୁ ନିଯୁକ୍ତି ଦେବା ଦିଗରେ କିଛି ପ୍ରଭାବଶାଳୀ ଯୋଜନା କାର୍ଯ୍ୟକାରୀ କରିପାରନ୍ତି ।

ଅନ୍ୟପଟେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ କୃଷି ବଜେଟରେ ରାଜ୍ୟ ସରକାର ଅଧିକ ଅର୍ଥ ବ୍ୟୟ ବରାଦ କରିବା ନେଇ ଆଶା କରାଯାଉଛି । ସେହିପରି ଚାଷୀଙ୍କର ଫସଲର ସୁରକ୍ଷା ପାଇଁ କିଛି ନୂଆ ଯୋଜନା ବଜେଟରେ ଆସିପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+