ଆରମ୍ଭ ହେଲା ବିଧାନସଭା ଅଧିବେଶନ, ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ରାଜ୍ୟ ସରକାରଙ୍କ କାମକୁ ରାଜ୍ୟପାଳଙ୍କ ପ୍ରଶଂସା

ବଜେଟ୍ ଅଧିବେଶନ: ଆଜି ଠାରୁ ଆରମ୍ଭ ହୋଇଛି ବିଧାନସଭା ଅଧିବେଶନ । ସାଧାରଣ ନିର୍ବାଚନ ପୂର୍ବରୁ ନବୀନ ସରକାରଙ୍କ ପଞ୍ଚମ ପାଳିର ଏହା ଶେଷ ଅଧିବେଶନ । ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି ।

ବିଧାନସଭା ଆରମ୍ଭରୁ ରାଜ୍ୟପାଳ ନିଜ ଅଭିଭାଷଣ ରଖିଛନ୍ତି । ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଶୋକବ୍ୟକ୍ତ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଏହା ସହ ସମସ୍ତ ସଦସ୍ୟଙ୍କୁ ନୂଆବର୍ଷର ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ଉପଲବ୍ଧିକୁ ବିଧାନସଭାରେ ରଖିଛନ୍ତି ।

Odisha Budget Session

ନିଜ ଅଭିଭାଷଣରେ ରାଜ୍ୟପାଳ ରଘୁବର ଦାସ ରାଜ୍ୟ ସରାକାରଙ୍କ 5-ଟି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି । ଏହା ସହ ଗତ 17 ଜାନୁଆରୀରେ 800 କୋଟି ବ୍ୟୟରେ ହୋଇଥିବା ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୁରୀ ପରିକ୍ରମା ପ୍ରକଳ୍ପ ଜରିଆରେ ଭକ୍ତଙ୍କୁ ଆଧ୍ୟାତ୍ମିକ ଅନୁଭବ ଦେବା ସହ ସେମାନଙ୍କ ପାଇଁ ଅନେକ ସୁବିଧା ଯୋଗାଇ ଦିଆଯାଇଛି । ଶ୍ରୀମନ୍ଦିର ଠାରୁ 75 ମିଟର ଯାଏଁ ହୋଇଥିବା ପରିକ୍ରମା ପ୍ରକଳ୍ପ ଦ୍ୱାରା ଭକ୍ତମାନେ ଆଧ୍ୟାତ୍ମିକ ଅନୁଭୂତି ହାସଲ କରୁଛନ୍ତି ।

ଏହା ସହ ରାଜ୍ୟପାଳ କହିଛନ୍ତି ନୂଆ-ଓ ଯୁବ ଭାଗିଦାରୀକୁ ସଶକ୍ତ କରିବ । ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ହୋଇଛି । ଫାଇଭ୍‌-ଟି ଓ ମୋ ସରକାର ରୂପାନ୍ତରିତ ପ୍ରଶାସନିକ ବ୍ୟବସ୍ଥାର ନୂତନ ଯୁଗ - 2022-23 ରେ 6.03 ଲକ୍ଷ କ୍ୱିଣ୍ଟାଲ ମାଣ୍ଡିଆ ସଂଗ୍ରହ ହୋଇଛି । 113.76 ରାସନକାର୍ଡଧାରୀଙ୍କୁ 4 ଲକ୍ଷ କ୍ୱିଣ୍ଟାଲ ମାଣ୍ଡିଆ ଦିଆଯାଇଛି । 43.88 ଲକ୍ଷ କ୍ଷୁଦ୍ର ଓ 18.93 ଲକ୍ଷ ଭୂମିହୀନ ଚାଷୀଙ୍କୁ କାଳିଆ ସହାୟତା ମିଳିଛି । ବଲାଙ୍ଗିର ଜିଲ୍ଲାରେ ଲୋୟର ସୁକତେଲ ପ୍ରକଳ୍ପ ଆରମ୍ଭ ହୋଇଛି । ଅନେକ ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ଯୋଜନା ଆରମ୍ଭ ହୋଇଛି ।

ଏହା ସହ ପ୍ରତି ପରିବାରକୁ 5 ଲକ୍ଷ, ମହିଳା ସଦସ୍ୟଙ୍କୁ ଆଉ 5 ଲକ୍ଷର ଚିକିତ୍ସା ସହାୟତା ମିଳୁଛି । ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା 3.5 କୋଟି ଲୋକଙ୍କ ପାଖରେ ପହଞ୍ଚିଛି । 750 କୋଟି ଟଙ୍କା ବ୍ୟୟରେ 'ଆମ ହସ୍ପିଟାଲ' ଯୋଜନା ଆରମ୍ଭ ହୋଇଛି ।

ଗ୍ରାମୀଣ ଓଡ଼ିଶାର ଦ୍ରୁତ ବିକାଶ ଓ ଗ୍ରାମାଞ୍ଚଳର ଅଭିବୃଦ୍ଧି ପାଇଁ ବିକାଶମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏହାଦ୍ୱାରା ଗ୍ରାମୀଣ ବିକାଶ ସହ ଇଣ୍ଟରନେଟ ସୁବିଧା, ଡିଜିଟାଲ ସୁବିଧା, ସଂସ୍କୃତିର ପ୍ରଚାର ପ୍ରସାର ଓ କ୍ରୀଡାକୁ ପୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର ।

ଏହା ସହ ରାଜ୍ୟପାଳ କହିଛନ୍ତି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସ୍ଥିର ଏବଂ ଶାନ୍ତିପୂର୍ଣ୍ଣ ରହିଛି । ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁ ହାର କମିଛି । ଏହା ସହ ସମଲେଇ ପକଳ୍ପକୁ ମଧ୍ୟ ପ୍ରଶଂସା କରିଛନ୍ତି ରାଜ୍ୟପାଳ । ରାଜ୍ୟରେ ଚାଉଳ ଉତ୍ପାଦନ ବଢ଼ିଛି ।

ବଜେଟ୍ ଭାଷଣରେ ରାଜ୍ୟପାଳ କହିଛନ୍ତି, ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ 2027 ଶେଷ ସୁଦ୍ଧା ଶେଷ ହେବ । 6256 କୋଟି ଟଙ୍କା ବ୍ୟୟରେ ହେବ ମେଟ୍ରୋ ରେଳ ପ୍ରକଳ୍ପ । ଏହା ଲକ୍ଷ୍ମୀ ଯୋଜନା କୁ ପ୍ରଶଂସା କରିଛନ୍ତି ରାଜ୍ୟପାଳ । 30 ଜିଲ୍ଲାର 6798 ପଞ୍ଚାୟତରେ ଗଡ଼ିବ ଲକ୍ଷ୍ମୀ ବସ୍‌ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସ୍ଥିର ଓ ଶାନ୍ତିପୂର୍ଣ୍ଣ ରହିଛି । ରାଜ୍ୟରେ ବାମପନ୍ଥୀ ଉଗ୍ରବାଦ କାର୍ଯ୍ୟକଳାପ ଉଲ୍ଲେଖନୀୟ ଭାବେ କମିଛି ।ପୋଲିସ କାର୍ଯ୍ୟାନୁଷ୍ଠାନରେ 42 ନିହତ, 145 ଜଣ ଗିରଫ ହୋଇଛନ୍ତି । ମାଓ ପ୍ରଭାବିତ ଜିଲ୍ଲାସଂଖ୍ୟା 21 ରୁ 10 କୁ ହ୍ରାସ ପାଇଛି ।

କୋରାପୁଟ ଜିଲ୍ଲା କୋଟିଆରେ ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ କରାଯାଇଛି । ଏହା ସହ ମିଶନ ଶକ୍ତି ଋଣ ଯୋଜନାରେ ବିନା ସୁଧରେ 5 ଲକ୍ଷ ଯାଏଁ ଋଣ ମିଳୁଛି । ଆନ୍ତଃ-ଜାତି ବିବାହକୁ ସ୍ୱୀକୃତି ପାଇଁ ଦଂପତିଙ୍କୁ 2.5 ଲକ୍ଷ ପ୍ରୋତ୍ସାହନ ମିଳୁଛି ।

ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା 8 ତାରିଖରେ ବିଧାନସଭାରେ କାମଚଳା ବଜେଟ୍ ଉପସ୍ଥାପିତ ହେବ । 13 ତାରିଖ ଯାଏଁ ଚାଲିବ ଅଧିବେଶନ । ଏହି ଅଧିବେଶନରେ ମୋଟ୍ 7ଟି କାର୍ଯ୍ୟଦିବସ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+