ଓଡିଶା ବଜେଟ୍ 2023-24 ଲାଇଭ୍ ଅପଡେଟ୍: 2 ଲକ୍ଷ 30 ହଜାର କୋଟିର ରାଜ୍ୟ ବଜେଟ୍
ଆସନ୍ତାକାଲି ବିଧାନସଭାରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍ । ଆର୍ଥିକ ବର୍ଷ 2023-24 ପାଇଁ ରାଜ୍ୟର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଭୁବନେଶ୍ୱର: ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ରାଜ୍ୟ ବଜେଟ୍ । ଆର୍ଥିକ ବର୍ଷ 2023-24 ପାଇଁ ରାଜ୍ୟର ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ରାଜ୍ୟର ମୋଟ ବଜେଟ୍ ପରିମାଣ ରହିଛି 2 ଲକ୍ଷ 30 ହଜାର କୋଟି । ଏହା ପୂର୍ବରୁ ଚଳିତ ବର୍ଷ ବଜେଟ୍ ଅଧିବେଶନ 21 ଫେବୃଆରୀରୁ ଆରମ୍ଭ ହୋଇଛି । ଏହି ଅଧିବେଶନ ଅପ୍ରେଲ୍ 6 ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଜାରି ରହିବ ।
ବଜେଟ୍ ସମ୍ପର୍କିତ ଟିକିନିଖି ଖବର ପାଇଁ ପଢନ୍ତୁ ୱାନ୍ ଇଣ୍ଡିଆ ଓଡ଼ିଆ
କେଉଁ ବିଭାଗକୁ କେତେ ?
କୃଷି ବିଭାଗ - ୨୪, ୮୨୯ କୋଟି ।
ସ୍ୱାସ୍ଥ୍ୟ ବିଭାଗ - ୧୬,୦୪୮ କୋଟି ।
ପାନୀୟ ଜଳ - ୧୩,୨୧୫ କୋଟି ।
ରାସ୍ତା-ବ୍ରିଜ୍-ରେଳ-ଏୟାରପୋର୍ଟ ବିକାଶ - ୧୯, ୪୫୨ କୋଟି ।
ସହରାଞ୍ଚଳ ବିକାଶ - ୭,୯୧୯ କୋଟି ।
କ୍ରୀଡା- ୧୨୧୭ କୋଟି ।
ଶିକ୍ଷା ଓ ଦକ୍ଷତା ବିକାଶ- ୩୦, ୦୩୦ କୋଟି ।
SC ST ବିକାଶ - ୩୮, ୪୩୭ କୋଟି ।
ଇଲୋକ୍ଟ୍ରୋନିକ୍ସ ଓ ଆଇଟ୍- ୩୬୫ କୋଟି ।
ମିଶନ ଶକ୍ତି - ୨୫୪୯ କୋଟି ।
ଶକ୍ତି ବିଭାଗ - ୫୯୫୪ କୋଟି ।
ଗୃହ ବିଭାଗ - ୭୩୧୩ କୋଟି ।
ମହିଳା ଓ ଶିଶୁ ବିକାଶ - ୩୬୭୦ କୋଟି ।
ଉଚ୍ଚଶିକ୍ଷା - ୩୧୭୨ କୋଟି ।
ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ - ୩୭୬୪ କୋଟି ।
ଶିଳ୍ପ ଓ MSME- - ୬୪୭ କୋଟି ।
ଭାଷା ସାହିତ୍ୟ ଓ ସଂସ୍କୃତି - ୨୦୦ କୋଟି ।
ମତ୍ସ୍ୟ ଓ ପଶୁପାଳନ - ୧୭୬୯ କୋଟି ।
ପର୍ଯ୍ୟଟନ - ୬୮୦ କୋଟି ।
ଜନସ୍ୱାସ୍ଥ୍ୟ ସେବା - ୧୬୪୮ କୋଟି ।
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବ୍ୟବସ୍ଥା
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ନିମନ୍ତେ ୧୩୯ କୋଟି ବ୍ୟୟବରାଦ ।
୩୪,୫୦୦ ଛାତ୍ରଛାତ୍ରୀଙ୍କୁ ଏକାଡେମିକ ପୁରସ୍କାର ଦିଆଯିବ ।୧୧୮ ଜଣଙ୍କୁ ନେତୃତ୍ୱ ପୁରସ୍କାର । ୨୦୦୦ ମେଧାବୀଙ୍କୁ ବୃତ୍ତି ଦିଆଯିବ । ମାଧ୍ୟମିକ ସ୍କୁଲର ୭୦୦ ଶିକ୍ଷକ ୪୧୯ ପ୍ରଧାନ ଶିକ୍ଷକ ପୁରସ୍କୃତ ହେବେ ମାଧ୍ୟମିକ ସ୍ତରରେ ୪୧୯ ଶ୍ରେଷ୍ଠ ସ୍କୁଲ ପରିଚାଳନା କମିଟିକୁ ପୁରସ୍କାର ।
READ MORE













Click it and Unblock the Notifications