ଧାନକିଣା ସମ୍ପର୍କରେ ଆସନ୍ତା କାଲି ବିବୃତ୍ତି ରଖିବେ ବିଭାଗୀୟ ମନ୍ତ୍ରୀ
ବୈଠକ ପରେ ବାଚସ୍ପତି ରୁଲିଂ ଦେଇ ଆସନ୍ତା କାଲି ଧାନ କିଣା ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ବିବୃତ୍ତି ରଖିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ 7ଦିନ ପରେ ଧାନକିଣାରେ ଅଗ୍ରଗତି ନେଇ ପୁଣି ଥରେ ଗୃହକୁ ଅବଗତ କରାଇବେ ବୋଲି ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ୱର : ଶୁକ୍ରବାର ଥିଲା ରାଜ୍ୟ ବଜେଟ୍ ଅଧ୍ବେଶନର ଦ୍ୱିତୀୟ କାର୍ଯ୍ୟ ଦିବସ । ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ଦଳ ଚାଷୀ ଅସନ୍ତୋଷ ଓ ଧାନକିଣା ଅବ୍ୟବସ୍ଥା ନେଇ ହଟ୍ଟଗୋଳ କରିଥିଲେ । ଏଥିଲାଗି ବାଚସ୍ପତିଙ୍କୁ ଆଜି ଦୁଇ ଥର ଗୃହକୁ ମୁଲତବୀ ଘୋଷଣା କରିବାକୁ ପଡ଼ିଥିଲା ।
ଏହା ପରେ ଗୃହ ପରିଚାଳନା ନେଇ ବାଚସ୍ପତି ସର୍ବଦଳୀୟ ବୈଠକ ଡ଼ାକି ଆଲୋଚନା କରିଥିଲେ । ବୈଠକ ପରେ ବାଚସ୍ପତି ରୁଲିଂ ଦେଇ ଆସନ୍ତା କାଲି ଧାନ କିଣା ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ବିବୃତ୍ତି ରଖିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ 7ଦିନ ପରେ ଧାନକିଣାରେ ଅଗ୍ରଗତି ନେଇ ପୁଣି ଥରେ ଗୃହକୁ ଅବଗତ କରାଇବେ ବୋଲି ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ଗୃହରେ ପ୍ରଶ୍ନକାଳ ଆରମ୍ଭରୁ ଚାଷୀ ଓ ଧାନମଣ୍ଡି ପ୍ରସଙ୍ଗ ଉଠାଇ ବିରୋଧୀ କଂଗ୍ରେସ ଓ ବିଜେପି ହଟ୍ଟଗୋଳ କରିଥିଲେ । ଗୃହର ମଧ୍ୟଭାଗକୁ ଆସି ପ୍ଲାକାର୍ଡ ଧରି ନାରାବାଜି ଲଗାଇଥିଲେ । ସେପଟେ ଗୃହରେ ହଟ୍ଟଗୋଳ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଛି, କେନ୍ଦ୍ର ସରକାର କମାଉନାହାଁନ୍ତି । ସେଥିପାଇଁ ବିଜେପି ଏଭଳି ହଟ୍ଟଗୋଳ କରୁଥିବା ବିଜେଡି ଅଭିଯୋଗ କରିଛି ।
ବିଜେଡ଼ିକୁ ଜବାବ ଦେଇ ମଣ୍ଡିରେ ଧାନ ପଡ଼ି ରହିଥିବା ବିଜେପି କହିଛି । ଶୀଘ୍ର ଧାନ ଉଠାଇବା ସହ ଚାଷୀଙ୍କ ସମସ୍ୟାର ସମାଧାନ କରିବା ନେଇ ଦାବି କରିଛି ବିଜେପି ।
ଗୃହ ଅଚଳାବସ୍ଥା ନେଇ ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି, ପ୍ରଶ୍ନକାଳକୁ ବାତିଲ କରିବା ଠିକ୍ ନୁହେଁ । ଏହି ପ୍ରସଙ୍ଗକୁ ବିଧାନସଭାର ଅଲଗା ଫୋରମରେ ଉଠାଇବାର ସୁଯୋଗ ରହିଛି ବୋଲି ସେ ପରାମର୍ଶ ଦେଇଛନ୍ତି । ଓଡ଼ିଶା କୃଷିଜାତ ଓ ପଶୁ ସମ୍ପଦ ବିପଣନ ଅଧ୍ୟାଦେଶ ଅପରାହ୍ନ ଅଧିବେଶନରେ ଉପସ୍ଥାପିତ ହୋଇଛି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications