ଓଡିଶା କିଣିଲା 1 ଲକ୍ଷ କୋଭିସିଲ୍ଡ ଟିକା : ସ୍ଵତନ୍ତ୍ର ବିମାନରେ ଆସି ପହଞ୍ଚିଲା
ଓଡ଼ିଶାରେ ପହଞ୍ଚିଲା କୋଭିସିଲ୍ଡ ଟିକା । ଆଜି ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟରୁ 1 ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି । ରାଜ୍ୟ ଦେଇଥିବା ଅର୍ଡରରୁ 1 ଲକ୍ଷ ଡୋଜ୍ ଟିକା ପଠାଇଛି ସେରମ୍ ।
ଭୁବନେଶ୍ୱର : ଓଡ଼ିଶାରେ ପହଞ୍ଚିଲା କୋଭିସିଲ୍ଡ ଟିକା । ଆଜି ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟରୁ 1 ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି । ରାଜ୍ୟ ଦେଇଥିବା ଅର୍ଡରରୁ 1 ଲକ୍ଷ ଡୋଜ୍ ଟିକା ପଠାଇଛି ସେରମ୍ । ସ୍ୱତନ୍ତ୍ର ବିମାନ ଯୋଗେ ଏହି ଟିକା ଭୁବନେଷ୍ୱରରେ ପହଞ୍ଚିଛି ।

ଆଜି 1 ଲକ୍ଷ କୋଭିସିଲ୍ଡ ପହଞ୍ଚିବା ପରେ ସୋମବାର ଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ 18 ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ ବୋଲି ଜଣାପଡ଼ିଛି । ମେ 7 ତାରିଖ ସନ୍ଧ୍ୟା ସୁଦ୍ଧା ରାଜ୍ୟ ପାଖରେ କେନ୍ଦ୍ର ଦେଇଥିବା କୋଭିସିଲ୍ଡ ମଧ୍ୟରୁ 2 ଲକ୍ଷ 16 ହଜାର 540 ଡୋଜ୍ ଏବଂ କେନ୍ଦ୍ର ଦେଉଥିବା କୋଭାକ୍ସିନରୁ 3 ଲକ୍ଷ 53 ହଜାର 820 ଡୋଜ୍ ରହିଛି । ସେହିଭଳି ରାଜ୍ୟ ଅର୍ଡର କରିଥିବା କୋଭାକ୍ସିନରୁ 1 ଲକ୍ଷ 14 ହଜାର 70 ଡୋଜ୍ ଟିକା ଗଚ୍ଛିତ ଅଛି ।
ଆସନ୍ତା ସୋମବାର ଠାରୁ ବିଭିନ୍ନ ଜିଲ୍ଲାରେ 18 ରୁ 44 ବର୍ଷ ବୟସ୍କଙ୍କୁ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ଦିଆଯିବ । ମେ'ପହିଲାରୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହୋଇଥିଲା । ସେତେବେଳେ ରାଜ୍ୟ ପାଖରେ କେବଳ କୋଭାକ୍ସିନ୍ ଥିଲା । ସେହି ଅନୁସାରେ, ଭୁବନେଶ୍ୱରରେ କୋଭାକ୍ସିନ୍ ଦିଆଯାଉଥିବାରୁ 18 ବର୍ଷରୁ 44 ବୟସ୍କଙ୍କ ଟୀକାକରଣ ଜାରି ରହିଥିଲା । ଅର୍ଡର ଅନୁସାରେ କୋଭିସିଲ୍ଡ ଆସି ନଥିବାରୁ ଭୁବନେଶ୍ୱର ବ୍ୟତୀତ୍ ଅନ୍ୟ କେଉଁଠି ଟିକାକରଣ ଆରମ୍ଭ ହୋଇ ପାରିନଥିଲା ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ











Click it and Unblock the Notifications