ବିମାନ ସଂଯୋଗୀକରଣରେ ଓଡ଼ିଶା ଶ୍ରେଷ୍ଠ
ଭୁବନେଶ୍ୱର: ବିମାନ ସଂଯୋଗୀକରଣରେ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ପାଇଛି ଓଡ଼ିଶା । ରାଜ୍ୟକୁ ରାଜ୍ୟ ବିମାନ ସେବା ଆରମ୍ଭ କରିବାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ହୋଇପାରିଛି । ଏଥିରେ ଦ୍ରୁତଗତିରେ ଗମନାଗମନର ସୁବିଧା ହେବା ସହ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସକୁ ଜାତୀୟ ସ୍ତରରେ ଏହି ବଡ଼ ସ୍ୱାକୃତି ମିଳିଛି ।

ହାଇଦ୍ରାବାଦରେ ଅନୁଷ୍ଠିତ ୱିଙ୍ଗସ ଇଣ୍ଡିଆ 2024 ରେ ରାଜ୍ୟକୁ ଏହି ମାନ୍ୟତା ମିଳିଛି । ରାଜ୍ୟ ସରକାରଙ୍କ ଉଦ୍ୟମରେ ଦୁବାଇ, ବ୍ୟାଙ୍କକକୁ ସିଧାସଳଖ ବିମାନସେବା ଆରମ୍ଭ ହୋଇଥିଲା । ଏହାସହ ରାଜ୍ୟର ଉତକେଲା, ମାଲକାନିଗରି, ଜୟପୁର, ରଙ୍ଗେଇଲୁଣ୍ଡା, ଝାରସୁଗୁଡ଼ା ଓ ରାଉରକେଲାକୁ ବିମାନସେବା ଆରମ୍ଭ ହୋଇଛି । ଫଳରେ ଗମନାଗମନର ସୁବିଧା ହେବା ସହ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇପାରିଛି ।
#Odisha has been adjudged Best State at GoI's #WingsIndia2024, Hyderabad for its proactive approach in the Regional Connectivity Scheme. The State Govt's consistent efforts to strengthen air connectivity across the state for faster movement of people & to boost economic… pic.twitter.com/0ogv0O8A4z
— CMO Odisha (@CMO_Odisha) January 20, 2024












Click it and Unblock the Notifications