Get Updates
Get notified of breaking news, exclusive insights, and must-see stories!

ଓଡ଼ିଶା ପ୍ରତି ଆକୃଷ୍ଟ ବିଦେଶୀ ପର୍ଯ୍ୟଟକ, ଆମେରିକା, ଜାପାନ ଓ ଜର୍ମାନୀରୁ ଆସୁଛନ୍ତି ଅଧିକ

ଭୁବନେଶ୍ୱର: ପର୍ଯ୍ୟଟନ ପାଇଁ ବିଦେଶୀଙ୍କୁ ଆକୃଷ୍ଟ କରୁଛି ଓଡ଼ିଶା । ବିଦେଶୀ ପର୍ଯ୍ୟଟକଙ୍କୁ ପସନ୍ଦ ଆସୁଛି ଓଡ଼ିଶାର ପର୍ଯ୍ୟଟନ । ରାଜ୍ୟର କଳା, ସଂସ୍କୃତି ଓ ପର୍ଯ୍ୟଟନସ୍ଥଳ ବୁଲି ଦେଖିବାକୁ ବେଶ୍ ଆଗ୍ରହ ପ୍ରକାଶ କରୁଛନ୍ତି ବିଦେଶୀ । ବିଶେଷ କରି ମହାମାରୀ ପରେ ଓଡ଼ିଶାରେ ବେଶ୍ ବଢିଛୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ।

Tourist

ରାଜ୍ୟ ସରକାରଙ୍କ ଉଦ୍ୟମରେ ଦେଶ ବାହାରେ ବି ଆଦୃତ ହେଉଛି ପର୍ଯ୍ୟଟନ ଶିଳ୍ପ । ଦେଶ ଭିତରୁ ଅନେକ ପର୍ଯ୍ୟଟକ ଓଡ଼ିଶାର ପର୍ଯ୍ୟଟନ ପ୍ରତି ଆଗ୍ରହୀ ହେଉଥିବା ବେଳେ ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟ ପ୍ରଥମ ପସନ୍ଦ ପାଲଟିଛି ଓଡିଶା । 2021 ତୁଳନାରେ 2022 ରେ 875 ପ୍ରତିଶତ ଅଧିକ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି । ସେହିପରି ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ 110 ପ୍ରତିଶତ ବୃଦ୍ଧି ହୋଇଛି । ଏହି ରିପୋର୍ଟ ଦେଇଛି ଓଡ଼ିଶା ପର୍ଯ୍ୟଟନ ବିଭାଗ ।

2021 ରେ 37 ଲକ୍ଷ 42 ହଜାର 221 ଭାରତୀୟ ପର୍ଯ୍ୟଟକ ଓଡ଼ିଶା ଆସିଥିବା ବେଳେ 2022 ରେ ଏହି ସଂଖ୍ୟା 78 ଲକ୍ଷ 67 ହଜାର 909 ଛୁଇଁଥିଲା । ସେହିପରି 2021 ରେ ମାତ୍ର 2269 ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଥିବା ବେଳେ 2022 ରେ ଏହି ସଂଖ୍ୟା 22121 ଛୁଇଁଥିଲା ବୋଲି ଓଡ଼ିଶା ପର୍ଯ୍ୟଟନ ବିଭାଗ ରିପୋର୍ଟ ଦେଇଛି । ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ ଆମେରିକା, ଜାପାନ ଓ ଜର୍ମାନୀର ଅଧିକ ପର୍ଯ୍ୟଟକ ରହିଛନ୍ତି ।

ଦେଶ ବିଦେଶରେ ଓଡିଆ କଳା, ସଂସ୍କୃତି ଓ ପରମ୍ପରାକୁ ସ୍ୱତନ୍ତ୍ର ପରିଚୟ ଦେବାକୁ ରାଜ୍ୟ ସରକାର ସ୍ୱତନ୍ତ୍ର ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି । ଯାହାଫଳରେ କରୋନା ମହାମାରୀ ପରେ ରାଜ୍ୟ ପର୍ଯ୍ୟଟନ ଶିଳ୍ପ ବିକାଶରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ବୋଲି ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଜଗଦ୍ଦେବ କହିଛନ୍ତି । ଓଡ଼ିଶା ପର୍ଯ୍ୟଟନସ୍ଥଳୀକୁ ଏକ୍ସପ୍ଲୋର କରିବାକୁ ପର୍ଯ୍ୟଟକ ବିଭାଗ ପକ୍ଷରୁ କରାଯାଇଥିବା ଓଡ଼ିଶା ବାଇ ରୋଡ କ୍ୟାମ୍ପେନ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଛି ।

ଏହାସହ ରାଜ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବାକୁ ସରକାର ବିଭିନ୍ନ ସ୍ଥାନରେ ଇକୋ-ରିଟ୍ରିଟ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି । ଏହାସହ ଆଉଟଡୋର ବ୍ରାଣ୍ଡିଂ ଓ ଡିଜିଟାଲ ମାର୍କେଟିଂ ମଧ୍ୟ ପର୍ଯ୍ୟଟକଙ୍କୁ ବେଶ୍ ଦେଶ ଓ ବିଦେଶରୁ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଛି । ଚଳିତବର୍ଷ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍ଗକକକୁ ସିଧାସଳଖ ବିମାନସେବା ଲଞ୍ଚ ହୋଇଥିବାରୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଆହୁରି ବଢ଼ିପାରେ ବୋଲି ପର୍ଯ୍ୟଟକ ବିଭାଗ ଆଶାବାଦୀ ରହିଛି ।
ଓଡ଼ିଶା ସହ ଡାଇରେକ୍ଟ ବିମାନ ସେବା ଥିବା ଦେଶର ଦୂତାବାସ ସହ ପର୍ଯ୍ୟଟନ ବିଭାଗ ଯୋଗାଯୋଗରେ ରହିଛି । ଏହାସହ ସୋସିଆଲ ମିଡିଆରେ ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି । ପଖାଳ ଦିବସ, ଛେନା ପୋଡ଼ ଦିବସ, ପଣା ସଂକ୍ରାନ୍ତି ଭଳି କାର୍ଯ୍ୟକ୍ରମକୁ ପର୍ଯ୍ୟଟନ ବିଭାଗ ପ୍ରୋତ୍ସାହିତ କରୁଛି ।.

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+