ଆସନ୍ତା କାଲି ଠୁ ବିଧାନସଭା ଶୀତକାଳୀନ ଅଧିବେଶନ, ଆଜି ବସିବ ସର୍ବଦଳୀୟ ବୈଠକ
ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ । ଏନେଇ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଅଧିବେଶନ ଯେପରି ସୁରୁଖୁରରେ ଚାଲିବ, ସେ ନେଇ ସବୁ ଦଳଙ୍କ ସହ ଆଲୋଚନା କରିବେ ବାଚସ୍ପତି । ତେବେ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ ଉପ-ବାଚସ୍ପତି ନିର୍ବାଚନ ଶେଷ ହେବ ।

ଷୋଡ଼ଶ ବିଧାନସଭାର ଶୀତ ଅଧିବେଶନ ଡିସେମ୍ବର 30 ତାରିଖ ଯାଏଁ ଏହି ଅଧିବେଶନ ଚାଲିବ । ଏଥର ମୋଟ୍ 30ଟି କାର୍ଯ୍ୟ ଦିବସ ରହିଛି । ଆସନ୍ତା ଅଧିବେଶନ ଯେପରି ସୁରଖୁରରେ ଚାଲିବ ସେନେଇ ବାଚସ୍ପତି ପ୍ରମିଳା ମଲ୍ଲିକ ସୋମବାର ସର୍ବଦଳୀୟ ବୈଠକ ଡାକିଛନ୍ତି ।
ଏହା ସହ ବିଧାନସଭାରେ ଶାସକ ଦଳକୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ । ବିଭିନ୍ନ ପ୍ରସଙ୍ଗରେ ଘେରିବା ପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ରଣନୀତି ପ୍ରସ୍ତୁତ ହେଉଛି । ସୋମବାର ଅପରାହ୍ନରେ ବିଜେପି ବିଧାୟକ ଦଳ ବୈଠକ ବସିବା ନେଇ ସୂଚନା ରହିଛି । ସେହିପରି କଂଗ୍ରେସ ବିଧାୟକ ଦଳ ବୈଠକ ମଙ୍ଗଳବାର ମଧ୍ୟାହ୍ନରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବିଧାନସଭା ପରିସରସ୍ଥିତ ପ୍ରକୋଷ୍ଠରେ ବସିବ ବୋଲି ଜଣାପଡ଼ିଛି ।
ଅପରପକ୍ଷେ ବିଧାନସଭାରେ ବିରୋଧୀଙ୍କ ବିରୋଧକୁ କାଟିବା ପାଇଁ ଶାସକ ଦଳ ମଧ୍ୟ ରଣନୀତି ପ୍ରସ୍ତୁତ କରିବ । ଏ ନେଇ ଦଳ ପକ୍ଷରୁ ମଙ୍ଗଳବାର ବିଧାୟକ ଦଳ ବୈଠକ ହେବ । ମଙ୍ଗଳବାର ପୂର୍ବାହ୍ନ 10.30 ରେ ବିଧାନସଭାର 54 ନଂ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସିବ ବୋଲି ଜଣାପଡ଼ିଛି ।
ଏହା ସହ ଆସନ୍ତା କାଲି ହେବ ବିଧାନସଭା ଉପ ବାଚସ୍ପତି ନିର୍ବାଚନ । ଏ ନେଇ ଆଜି ହେବ ନାମାଙ୍କନ ଦାଖଲ ।
ଉପ ବାଚସ୍ପତି ପଦବୀରୁ ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡିଛି । କିଛି ଦିନ ତଳେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ । 2019 ଜୁନ୍ ମାସରୁ ସେ ଉପବାଚସ୍ପତି ଭାବେ କାର୍ଯ୍ୟ କରୁଥିଲେ । ଦଳୀୟ ସଙ୍ଗଠନକୁ ମଜବୁତ୍ କରିବାକୁ ସେ ନିଜ ପଦରୁ ଇସ୍ତଫା ଦେଇଥିବା ନେଇ କହିଥିଲେ ।
ଉପବାଚସ୍ପତି ପଦରେ ବିଜେଡି କାହାକୁ ବସାଇବ ? ଅଭିଜ୍ଞତାକୁ ଅଗ୍ରାଧିକାର ମିଳିବ ନା ଫୋକସ୍ ରେ ରହିବ ପଶ୍ଚିମ ଓଡ଼ିଶା । ସାମ୍ବିଧାନିକ ପଦବୀ କୁ ନେଇ ଅନେକ ଚର୍ଚ୍ଚା ରାଜନୈତିକ ମହଲରେ ଲାଗି ରହିଛି । ଏହାରି ଭିତରେ ଆସନ୍ତାକାଲି ଉପବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications