ଘୁଞ୍ଚିଲା ବାଚସ୍ପତି ନିର୍ବାଚନ, 22 ତାରିଖରେ ହେବ ନିର୍ବାଚନ
ଭୁବନେଶ୍ୱର: ଘୁଞ୍ଚିଲା ବାଚସ୍ପତି ନିର୍ବାଚନ, 22 ତାରିଖରେ ହେବ ନିର୍ବାଚନ । ଆସନ୍ତା 21 ତାରିଖ ବଦଳରେ 22 ରେ ହେବ ବାଚସ୍ପତି ନିର୍ବାଚନ । ସକାଳ 9.30 ମିନିଟରେ ହେବ ନିର୍ବାଚନ । ଏନେଇ ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି । 21 ତାରିଖରେ ହେବ ନାମାଙ୍କନ ଦାଖଲ ।
ସୂଚନା ଥାଉକି, 22 ରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ ।

ଉଲ୍ସେଖଯୋଗ୍ୟ, 21 ରେ ହେବାକୁ ଥିବା ବାଚସ୍ପତି ନିର୍ବାଚନକୁ ବର୍ଜନ କରିବାକୁ ଘୋଷଣା କରିଥିଲେ ବିରୋଧୀ କଂଗ୍ରେସ ଓ ବିଜେପି । ନୂଆଖାଇ ପର୍ବ ଥିବାକୁ ବାଚସ୍ପତି ନିର୍ବାଚନକୁ ବର୍ଜନ କରିବାକୁ ପ୍ରଥମେ ଘୋଷଣା କରିଥିଲା କଂଗ୍ରେସ । ଏହା ପରେ ବର୍ତ୍ତମାନ 22 ତାରିଖରେ ନିର୍ବାଚନ ହେବା ନେଇ ସୂଚନା ଆସିଛି ।
18 ତାରିଖରେ ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ତାରିଖ ଥିବା ବେଳେ ବର୍ତ୍ତମାନ 21 ତାରିଖରେ ନାମାଙ୍କନ ଦାଖଲ ହେବ । ଏହା ପରେ 22 ତାରିଖ ସକାଳ 9.30 ମିନିଟରେ ବାଚସ୍ପତି ନିର୍ବାଚନ ହେବ । ଏହା ପରେ ବିଧାନସଭା ବିଧାନସଭା ମୌସୁମୀ ଅଧିବେଶନ ହେବ । ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ ।












Click it and Unblock the Notifications