Get Updates
Get notified of breaking news, exclusive insights, and must-see stories!

ଆଜିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ

ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହେବ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ।

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହେବ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ। କରୋନା ପାଇଁ ଗୃହ ପାଞ୍ଚ ଘଣ୍ଟା ଚାଲୁଥିବା ବେଳେ ଏଥର 6 ଘଣ୍ଟା ଚାଲିବ ।ସକାଳ 10 ଟା 30 ରୁ ଆରମ୍ଭ ହୋଇ ଦିବା 1.30 ଏବଂ ଅପରାହ୍ନ 4ଟାରୁ 7ଟା ପର୍ଯ୍ୟନ୍ତ କାର୍ଯ୍ୟ ଚାଲିବ । ବିଧାନସଭା ପାଇଁ ସବୁ ମନ୍ତ୍ରୀ, ବିଧାୟକ , ସୁରକ୍ଷା କର୍ମୀ, ବିଧାନସଭା କର୍ମଚାରୀଙ୍କର କରୋନା ପରୀକ୍ଷା ହୋଇଛି ।

odisha Assembly

ପୂର୍ବରୁ ପଞ୍ଜାୟତ ଓ ପୌର ନିର୍ବାଚନ ପାଇଁ 4 ମାସିଆ କାମଚଳା ବଜେଟ ଆଗତ କରାଯାଇଥିଲା। ଏଥର ବଜେଟର ପରିମାଣ ପ୍ରାୟ ୨ଲକ୍ଷ ୧୦ ହଜାର କୋଟିର ହେବ ବୋଲି କୁହାଯାଉଛି । ଚଳିତ ବଜେଟରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ମହିଳା ବିକାଶ ଓ ଗ୍ରାମୀଣ ଅର୍ଥନୀତି ସୁଦୃଢିକରଣକୁ ପ୍ରାଧାନ୍ୟ ମିଳିପାରେ ।

ସେହିପରି ଚାରି ପାଞ୍ଚିଟି ନୂଆ ଯୋଜନା ମଧ୍ୟ ଆସିପାରେ । ଏହାବାଦ୍ ଅସମ୍ପୂର୍ଣ୍ଣ ପ୍ରକଳ୍ପ ଗୁଡିକୁ ଶୀଘ୍ର ସାରିବା ଉପରେ ବଜେଟରେ ଗୁରୁତ୍ବ ଦିଆଯାଇପାରେ । ଏହି ପୁର୍ଣ୍ଣାଙ୍ଗ ବଜେଟର ଆକାର ପ୍ରାୟ ୨ଲକ୍ଷ ୧୦ ହଜାର କୋଟି ରହିଛି । ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନରେ ୨୪ଟି କାର୍ଯ୍ୟ ଦିବସ ରହିବ । ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁସାରେ ଏଥର ବିଧାନ ସଭା ୬ ଘଣ୍ଟା ଚାଲିବ । ସେପଟେ ଆଇନଶୃଙ୍ଖଳା, ଚାଷୀ ସମସ୍ୟା, ବେକାରୀ , ଦରଦାମ ବୃଦ୍ଧି ନେଇ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ହାତରେ ରହିଛି ଲମ୍ବା ପ୍ରସଙ୍ଗ ।

ଦୁଇଟି ପର୍ଯ୍ୟାୟରେ ମୌସୁମୀ ଅଧିବେଶନ ବସିବ। ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜୁଲାଇ ୭ ତାରିଖ ଯାଏଁ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୧୩ରୁ ଆରମ୍ଭ ହୋଇ ଅଗଷ୍ଟ ୪ରେ ସରିବ।

ମୌସୁମୀ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିଲାଗି ୩୦ ପ୍ଲାଟୁନ୍ ପୁଲିସ ବଳ ନିୟୋଜିତ କରାଯିବ। ସ୍ଥିତିର ତଦାରଖ ପାଇଁ ୧୨ ଜଣ ସହକାରୀ ଆୟୁକ୍ତ, ୬ ଜଣ ଅତିରିକ୍ତ ଉପାୟୁକ୍ତ ପାହ୍ୟାର ଅଧିକାରୀ ଏବଂ ୧୦୦ରୁ ଅଧିକ ଅଧିକାରୀ ଦାୟିତ୍ବରେ ରହିବେ। ଗତକାଲି ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା , ପୋଲିସ୍ ଆୟୁକ୍ତ ସୌମ୍ୟେନ୍ଦ୍ର ପ୍ରିୟଦର୍ଶୀ, ଅନୁପ ସାହୁ, ପ୍ରତୀକ ସିଂହଙ୍କ ସମେତ ଅନେକ ବରିଷ୍ଠ ପୋଲିସ ଅଧିକାରୀ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+