For Quick Alerts
Turn On Notification  
For Daily Alerts
Oneindia App Download

Odisha Assembly Monsoon Session Live: ମୌସୁମୀ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ, ୧୩ରୁ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ

ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହେବ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ।

|
monsoon session live

ଭୁବନେଶ୍ୱର: ଆଜି ବିଧାନସଭାର ମୌସୁମୀ ଅଧିବେଶନର ଚତୁର୍ଥ ଦିନ । ଚଳିତ ଅଧିବେଶନର ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ । କରୋନା ପାଇଁ ଗୃହ ପାଞ୍ଚ ଘଣ୍ଟା ଚାଲୁଥିବା ବେଳେ ଏଥର 6 ଘଣ୍ଟା ଚାଲୁଛି । ସକାଳ 10 ଟା 30 ରୁ ଆରମ୍ଭ ହୋଇ ଦିବା 1.30 ଏବଂ ଅପରାହ୍ନ 4ଟାରୁ 7ଟା ପର୍ଯ୍ୟନ୍ତ କାର୍ଯ୍ୟ ଚାଲିବ । ବିଧାନସଭା ପାଇଁ ସବୁ ମନ୍ତ୍ରୀ, ବିଧାୟକ , ସୁରକ୍ଷା କର୍ମୀ, ବିଧାନସଭା କର୍ମଚାରୀଙ୍କର କରୋନା ପରୀକ୍ଷା ହୋଇଛି ।

ଏ ସମ୍ପର୍କିତ ସମସ୍ତ ଟିକିନିଖି ଖବର ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆ...

Newest First Oldest First
11:14 AM, 7 Jul

୧୪ରୁ ୨୯ ତାରିଖ ଯାଏ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା କରାଯିବ । ୩୦ ତାରିଖରେ ୨୦୨୨-୨୩ ବଜେଟ୍‌ ଉପରେ ବ୍ୟୟମଞ୍ଜୁରି ବିଲ୍‌ ପାରିତ ହେବାର କାର୍ଯ୍ୟକ୍ରମ ରହିଛି ।
11:13 AM, 7 Jul

ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । ଆସନ୍ତା ୧୩ ତାରିଖରୁ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୩ ତାରିଖରେ ବିଭାଗୀୟ ଷ୍ଟାଣ୍ଡିଂ କମିଟିଗୁଡ଼ିକର ରିପୋର୍ଟ ଗୃହରେ ଉପସ୍ଥାପନ ହେବ ।
7:41 PM, 6 Jul

ଏହି ବଜେଟରେ ଶିକ୍ଷା , ପର୍ଯ୍ୟଟନ, କ୍ରୀଡା ଆଦି କ୍ଷେତ୍ରକୁ ଅଧିକ ଫୋକସ କରିଛନ୍ତି ରାଜ୍ୟ ସରକାର । ଆସନ୍ତା 13 ତାରିଖରୁ ପୁଣି ଥରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଆରମ୍ଭ ହୋଇ ଅଗଷ୍ଟ 4 ପର୍ଯ୍ୟନ୍ତ ଚାଲିବ ।
7:38 PM, 6 Jul

ଗତ 2 ତାରିଖରୁ ଆରମ୍ଭ ହୋଇଥିଲା ମୌସୁମୀ ଅଧିବେଶନ । ପ୍ରଥମ ଦିନରେ 2022-23 ମସିହା ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।
7:35 PM, 6 Jul

ମୌସୁମୀ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ, ଆସନ୍ତା 13 ତାରିଖରୁ ହେବ ଦ୍ବିତୀୟ ଫେଜ
7:34 PM, 6 Jul

11 ଟି ମାମଲାରେ ଅଧିକୃତ ଅଧିକାରୀଙ୍କ ଆଦେଶ ଅନୁସାରେ, 21.09 କୋଟି ଟଙ୍କାର ସଂପତ୍ତି ବ୍ୟାଜାପ୍ତି କରାଯାଇଛି ବୋଲି ଗୃହରେ ଅବକାରୀ ମନ୍ତ୍ରୀ ଉତ୍ତର ରଖିଛନ୍ତି ।
7:32 PM, 6 Jul

ଚୋରା ମଦ ଏବଂ ଅନ୍ୟ ମାଦକ ଦ୍ରବ୍ୟ ପ୍ରତିହତ କରିବା ପାଇଁ ରାଜ୍ୟରେ 4ଟି ଅବକାରୀ ଗୁଇନ୍ଦା ସଂସ୍ଥା କାର୍ଯ୍ୟ କରୁଛି ।
5:55 PM, 6 Jul

ବିଧାୟକ ଅମର ଶତପଥୀଙ୍କ ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ରାଜ୍ୟରେ ମୋଟ 1036 ଅଧ୍ୟପାକ ପଦବୀ ଖାଲି ପଡିଛି ବୋଲି କହିଲେ ମନ୍ତ୍ରୀ ପୂଜାରୀ ।
5:53 PM, 6 Jul

କେଉଁ ଜିଲ୍ଲାରେ କଣ ରହିଛି ସ୍ଥିତି? ସରକାରୀ ମହାବିଦ୍ୟାଳୟରେ କେତେ ରହିଛନ୍ତି ଅଧ୍ୟାପକ ? ଏହି ପ୍ରଶ୍ନ ପଚାରିଲେ ବିଜେଡି ବିଧ୍ୟାୟକ ଅମର ଶତପଥୀ।
5:14 PM, 6 Jul

ଗୃହରେ ବିଜେପି ଉପ-ନେତା ବିଷ୍ଣୁ ସେଠୀ, କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଭିତରେ ଜବାବ-ସୁଆଲ୍ ।
4:15 PM, 6 Jul

ବିରୋଧୀମାନେ ରାଜ୍ୟ ସରକାରଙ୍କ ଦୋମୁହାଁ ନୀତିକୁ କଲେ ସମାଲୋଚନା। ନିଶାମାଫିଆଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।
4:06 PM, 6 Jul

ରାଜ୍ୟରେ ନିଶା କାରାବାରକୁ ନେଇ ଗୃହରେ ବିରୋଧୀ ଆଣିଲେ ମୁଲତବୀ ପ୍ରସ୍ତାବ, ଉତ୍ତର ରଖିଲେ ଅବକାରୀ ମନ୍ତ୍ରୀ ।
3:31 PM, 6 Jul

ଶୂନ୍ୟକାଳରେ ଉଠିଲା ଭଦ୍ରକ ମେଡ଼ିକାଲ କଲେଜ ପ୍ରସଙ୍ଗ ।
3:28 PM, 6 Jul

ଗୃହରେ ସବସିଡି ପ୍ରସଙ୍ଗ ପ୍ରଥମେ ଉଠାଇଥିଲେ ବିଷ୍ଣୁ । ନିଜ ବାକ୍ୟ ନିଜେ ରକ୍ଷାକର, ୨୦୧୭ ପରଠୁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ନିକଟରେ ଦାବି କରିଆସୁଥିଲେ ବି, କାହିଁକି କେନ୍ଦ୍ର ଶୁଣୁନାହିଁ ବୋଲି ପ୍ରଶ୍ନ କରିଛନ୍ତି କୃଷିମନ୍ତ୍ରୀ ।
3:05 PM, 6 Jul

2014ରେ କେନ୍ଦ୍ର ସରକାର ଯେଉଁ ପ୍ରତିଶୃତି ଦେଇଥିଲେ ତାହା କୁଆଡେ ଗଲା ବୋଲି ବିଷ୍ଣୁଙ୍କୁ ପ୍ରଶ୍ନ କରିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
2:54 PM, 6 Jul

MSP ବୃଦ୍ଧି ପ୍ରସଙ୍ଗରେ କୃଷିମନ୍ତ୍ରୀ ମଧ୍ୟ ଏ ପ୍ରସଙ୍ଗରେ ତେରଛା ବାଣ ମାରିଛନ୍ତି ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀଙ୍କୁ ।
2:43 PM, 6 Jul

ବିଧାନସଭାରେ MSP ତାତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗକୁ ନେଇ ହୁଲୁସ୍ତୁଲ ହୋଇଛି ବିଧାନସଭା ।
2:39 PM, 6 Jul

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରକୁ କଂଗ୍ରେସର ଟାର୍ଗେଟ୍ ।
2:38 PM, 6 Jul

ଚାଷୀଙ୍କ ଆୟ ଓ ଭାଗଚାଷୀ ଆଇନକୁ ନେଇ କଥା କଟାକଟି ହେଲେ ନରସିଂହ ଓ ରଣେନ୍ଦ୍ର ପ୍ରତାପ।
2:35 PM, 6 Jul

ବିଧାନସଭାରେ ପ୍ରଶ୍ନକାଳ ସମୟରେ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏବଂ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।
9:55 AM, 6 Jul

ଅପରାହ୍ନରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ ଉପରେ ଆଲୋଚନା ହେବ ।
9:55 AM, 6 Jul

ଏହା ପରେ ବିରୋଧୀ ବିଜେପି ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ପ୍ରସଙ୍ଗରେ ଆଲୋଚନା ହେବ ।
9:54 AM, 6 Jul

ଶୂନ୍ୟ କାଳରେ ହାତୀ ମୃତ୍ୟୁ, ଆଇନ ଶୃଙ୍ଖଳା ପରିସ୍ଥିତି, ଚାଷୀ ସମସ୍ୟା, ସୀମା ବିବାଦ ଓ ଜଳ ବିବାଦ ଭଳି ପ୍ରସଙ୍ଗ ଉଠିପାରେ ।
9:54 AM, 6 Jul

ଆଜି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ରହିଛି ପ୍ରଶ୍ନକାଳ । କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା, ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା, ସମବାୟ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନକାଳ ରହିଛି ।
9:53 AM, 6 Jul

ଆଜି ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ
3:27 PM, 5 Jul

ଜଳ ଜୀବନ ବୋଲି ଖାଲି ମୁଖ୍ୟମନ୍ତ୍ରୀଙ୍କ ବୋର୍ଡ ମାରିଦେଲେ ହେବନି । ଉପକୂଳ ଅଞ୍ଚଳରେ କଣ ଅବସ୍ଥ ଅନୁଧ୍ୟାନ କରାଯାଇଛି କି ? ଲୋକେ ଆମକୁ ସମସ୍ୟା କହିଲେ ଲଜ୍ୟାର ସହ ଆମେ ଦିନ ଗଡାଉଛୁ । ଗୃହରେ ବିଷ୍ଣୁ ସେଠୀଙ୍କ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ ।
3:10 PM, 5 Jul

ମନ୍ତ୍ରୀଙ୍କ ମାମୁଁଘର ହେଉଛି ଧାମନଗର, ତେଣୁ ଫଳପୁର-ଧାମନଗର ରାସ୍ତା ଉପରେ ଶୁଭଦୃଷ୍ଟି ପଡୁ । ବିଧାନସଭାରେ ନିଜ ଅଞ୍ଚଳର ରାସ୍ତା ମରାମତି ନେଇ ଦାବି ଉଠାଇଲେ ବିଜେପି ବିଧାୟକ ବିଷ୍ଣୁ ସେଠୀ ।
3:05 PM, 5 Jul

ଶୋଚନୀୟ ଅବସ୍ଥାରେ ରାସ୍ତା

ରାସ୍ତାରେ ବଡ ବଡ ଟ୍ରକ ଯାଇ ଗାତ କରି ସାରିଲାଣି । କିନ୍ତୁ ରାସ୍ତା ମରାମତି ହେଉନାହିଁ । ଯେହେତୁ ମନ୍ତ୍ରୀ ଜିଲ୍ଲାର ପ୍ରଭାରୀ ଥିଲେ ତେଣୁ ଭଲ ଭାବେ ସବୁ ଦେଖିଥିବେ । ତୁରନ୍ତ ରାସ୍ତା ମରାମତି କରିବାକୁ ଦାବି କଲେ ବିଧାୟିକା କୁସୁମ ଟେଟେ ।
11:23 AM, 5 Jul

ବେକାରୀ ସମସ୍ୟା ନେଇ ମୁଲତବି ପ୍ରସ୍ତାବ

ରାଜ୍ୟରେ ବେକାରୀ ସମସ୍ୟା ନେଇ କଂଗ୍ରେସ ଆଣିଲା ମୁଲତବି ପ୍ରସ୍ତାବ । ଉତ୍ତର ରଖିବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ।
4:26 PM, 4 Jul

ସେହିପରି ୩ ବର୍ଷ ଭିତରେ ୨୫,୯୭୩ ମହିଳା ନିଖୋଜ ହୋଇଛନ୍ତି, ସେଥିରୁ ୯୯୨୦ ଉଦ୍ଧାର ହୋଇଛନ୍ତି । ବାକି ୧୬,୦୫୩ ମହିଳା ଏବେବି ନିଖୋଜ ଅଛନ୍ତି । ବିଧାୟକ ପ୍ରଫୁଲ ମଲିକଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ।
READ MORE

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Assembly Monsoon Session Live Updates In Odia
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X